ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ଷ୍ଟେଟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶିକା ଅଂଶୁଳା କାନ୍ତଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ବିଶ୍ୱବ୍ୟାଙ୍କର ଏମଡି ତଥା ମୁଖ୍ୟ ଆର୍ଥିକ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ବିଶ୍ୱବ୍ୟାଙ୍କ ସଭାପତି ଡେଭିଡ ମାଲପାସ ତାଙ୍କ ନିଯୁକ୍ତି ନେଇ ସୂଚନା ଦେଇଛନ୍ତି।

ଅର୍ଥ, ବ୍ୟାକିଂ, ପ୍ରଯୁକ୍ତିର ନୂଆ ବ୍ୟବହାର ଉପରେ ଅଂଶୁଳା କାନ୍ତଙ୍କର ୩୫ ବର୍ଷର ଅଭିଜ୍ଞତା ରହିଛି।

‘‘ଅର୍ଥନୀତିରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସହ ଆର୍ଥିକ ପରିଚାଳନାରେ ତାଙ୍କର ବହୁବର୍ଷର ଦକ୍ଷତା ରହିଛି। ତାଙ୍କୁ ଏମଡି ତଥା ମୁଖ୍ୟ ଆର୍ଥିକ ଅଧିକାରୀ ଭାବେ ଦେଖି ଖୁସି ଅନୁଭବ ହେଉଛି’’, କହିଛନ୍ତି ମାଲପାସ।

ଜାମସେଦପୁରର ଏହି ୬୦ ବର୍ଷୀୟା ମହିଳା ଦିଲ୍ଲୀର ଲେଡି ଶ୍ରୀରାମ କଲେଜରୁ ଅର୍ଥନୀତିରେ ସ୍ନାତକ  ଓ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି।

Comment