ଓଡ଼ିଶାଲାଇଭ ବ୍ୟୁରୋ

ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି ଚାଷୀ। ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରେ। ଓମଫେଡ ପକ୍ଷରୁ କ୍ଷୀର ନେବାକୁ ମନା କରିଦେବା ପରେ ବାସୁଦେବପୁର ଚାଷୀମାନେ ରାସ୍ତାରେ ପ୍ରାୟ ୧୨ ଶହ ଲିଟରରୁ ଅଧିକ କ୍ଷୀର ଢ଼ାଳି ଏହାର ପ୍ରତିବାଦ କରିଛନ୍ତି।

ଶୁକ୍ରବାର ରାତିରେ ନିମ୍ନମାନର କ୍ଷୀର କହି ଓମଫେଡ ପକ୍ଷରୁ କ୍ଷୀର ନିଆଯାଇ ନଥିଲା। ହଠାତ ଓମଫେଡ କ୍ଷୀର ନେବାକୁ ମନା କରିଦେବାରୁ ଚାଷୀମାନେ ଏହାର ପ୍ରତିବାଦ କରି ଏମିତି ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

‘‘ଆମେ କ୍ଷୀର ନେଇ ଯାଇଥିଲୁ। ହେଲେ ଓମଫେଡ ଆମକୁ ଫେରେଇ ଦେଲେ। କ୍ଷୀର ରଖିଲେନି। ଆଗରୁ କିଛି ନ କହି ହଠାତ କ୍ଷୀର ନେବାକୁ ମନା କରି ଦେଇଥିଲେ। ସେ କ୍ଷୀର ଆଉ କ’ଣ କରିବୁ। ସେଥିଲାଗି ରାସ୍ତାରେ ଢାଳିଦେଲୁ। ଆମ ସମସ୍ୟାର ସମାଧାନ ନହେଲେ ଆମେ ଆନ୍ଦୋଳନ କରିବୁ‘‘, କହିଛନ୍ତି ଜଣେ ଚାଷୀ।

Comment