ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍କୁଲ ଛାତ ଉପରେ ଛିଡ଼ା ହୋଇ ବାହୁଡ଼ା ଯାତ୍ରା ଦେଖୁଥିବା ବେଳେ ଛାତ ଭୁଶୁଡ଼ି ଯିବାରୁ ୧୦ଜଣ ଛାତ୍ରୀ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଆହତ ଛାତ୍ରୀମାନଙ୍କୁ କୋରାପୁଟ ବିଧାୟକ ରଘୁରାମ ପାଡାଲ ଓ ପଟାଙ୍ଗି ବିଧାୟକ ସାକ୍ଷାତକରି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଜୟପୁର ରାୟଗଡ଼ା ଜିଲ୍ଲା ଟିକିର ହାଇସ୍କୁଲ ରାସ୍ତା ଦେଇ ରଥ ଯାଉଥିବା ବେଳେ ସ୍କୁଲ ଛାତ ଉପରେ ଛିଡ଼ା ହୋଇ ବାହୁଡ଼ା ଯାତ୍ରା ଦେଖୁଥିବା ବେଳେ ଛାତ ଭୁଶୁଡ଼ି ଯିବାରୁ ୧୦ଜଣ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।

ଆହତ ହୋଇଥିବା ଛାତ୍ରୀମାନଙ୍କୁ କୋରାପୁଟ ବିଧାୟକ ରଘୁରାମ ପାଡାଲ ଓ ପଟାଙ୍ଗି ବିଧାୟକ ଡାକ୍ତରଖାନା ଯାଇ ସାକ୍ଷାତକରି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Comment