ଓଡ଼ିଶାଲାଇଭ ବ୍ୟୁରୋ

ଅଗଷ୍ଟ ପ୍ରଥମ ସପ୍ତାହରେ ହେବ ଓଟିଇଟି ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଓଟିଇଟି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ମାସ ୧୫ରୁ ୨୬ ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନରେ ଆବେଦନ କରିପାରିବେ ଆଶାୟୀ ପରୀକ୍ଷାର୍ଥୀ। ଅନଲାଇନ ପେମେଣ୍ଟ ଲାଗି ଜୁଲାଇ ୨୯ ତାରିଖ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି।

ପେପର ୧ ଓ ପେପର ୨ ପାଇଁ ଅଲଗା ଅଲଗା ଫି ଓ ଆବେଦନ କରିବେ ଆଶାୟୀ ପରୀକ୍ଷାର୍ଥୀ। ସେହିପରି ୨୦୧୮ ଓଟିଇଟି ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ପୁଣିଥରେ ଆବେଦନ କରିପାରିବେ। ପୁଣିଥରେ ଆବେଦନ ପାଇଁ ସେମାନଙ୍କୁ ଆଉ ଫି ଦେବାକୁ ପଡ଼ିବନି। ଜାନୁଆରି ୧୬ରେ     ପ୍ରଶ୍ନପତ୍ର ଲିକ ପାଇଁ ପରୀକ୍ଷା ବାତିଲ ହୋଇଥିଲା।

Comment