ଓଡ଼ିଶାଲାଇଭ ବ୍ୟୁରୋ

୩ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ରାଜ୍ୟର ୨୧ ଜିଲ୍ଲାରେ ଏବେ ବନ୍ୟା ତାଣ୍ଡବ ରଚିଛି।  ବ୍ରହ୍ମପୁତ୍ର ଓ ଏହାର ଶାଖାନଦୀ ବିପଦ ସଙ୍କେତ ଉପରେ ରହିଛି। ଲଗାଣ ବର୍ଷା ସ୍ଥିତିକୁ ଆହୁରି ସଙ୍ଗୀନ କରିଛି।

ଶୁକ୍ରବାର ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଜି ମଧ୍ୟ ୩ ଜଣଙ୍କର ମୃତ୍ୟୁ ଘଟି ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି। ଆସାମ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୂଚନା ଅନୁଯାୟୀ ୧ ହଜାର ୫ ଶହ ୫୬ ଗାଁ ଏବେ ଜଳମଗ୍ନ ଅବସ୍ଥାରେ ରହିଛି। ବନ୍ୟାରେ ପ୍ରାୟ ୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ସେହିପରି ଉତ୍ତରପ୍ରଦେଶ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ପ୍ରୟାଗରାଜର ସଙ୍ଗମଘାଟରେ ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହାଫଳରେ ନଦୀକୂଳିଆ ଅଞ୍ଚଳର ଲୋକ ବେଶୀ ପ୍ରଭାବିତ ହୋଇଛନ୍ତି। ଘରଗୁଡ଼ିକ ଜଳମଗ୍ନ ହେଉଥିବାରୁ ଲୋକମାନଙ୍କୁ ଏବେ ସ୍ଥାନାନ୍ତର କରାଯାଉଛି।

Comment