ଓଡ଼ିଶାଲାଇଭ ବ୍ୟୁରୋ

ସେପ୍ଟେମ୍ବର ୧୭ରେ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦର ୭୪ତମ ଅଧିବେଶନରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏନେଇ ଭାରତ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ।

ସେପ୍ଟେମ୍ବର ୧୭ରୁ ଜାତିସଂଘ ସାଧାରଣ ପରିଷଦର ୭୪ତମ ଅଧିବେଶନ ଆରମ୍ଭ ହେବ ବୋଲି ଜାତିସଂଘ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରଧାନମନ୍ତ୍ରୀ ହେବାପରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ମୋଦୀଙ୍କର ଏହା ଦ୍ୱିତୀୟ ଯୋଗଦାନ ହେବ। ୨୦୧୪ ସେପ୍ଟେମ୍ବରରେ ମୋଦି ପ୍ରଥମକରି ଏହି ବୈଠକରେ ଯୋଗ ଦେଇଥିଲେ। ପରବର୍ତ୍ତୀ ଅନ୍ୟ ସମସ୍ତ ବୈଠକରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଭାଗ ନେଉଥିଲେ ।

Comment