ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ସୁନାବେଶ ଶନିବାର ଅନୁଷ୍ଠିତ ହେବା ପରେ ଆଜି ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ସୁନାବେଶ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ଶ୍ରୀଜିଉଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ନୀତି।

ରସିଦ୍ ଖାନ୍ ଆଫଗାନିସ୍ତାନର ଅଧିନାୟକ ନିଯୁକ୍ତ

ବହୁ ଚର୍ଚ୍ଚିତ ଲେଗ ସ୍ପିନର ରସିଦ୍ ଖାନ୍  ଆଫଗାନିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଟେଷ୍ଟ,ଦିନିକିଆ ଓ ଟ୍ୱେଣ୍ଟି ୨୦ ତିନୋଟି ଯାକ ଫର୍ମାଟରେ ଏବେ ଦଳର ନେତୃତ୍ୱ ନେବେ। ଏନେଇ ଆଫଗାନିସ୍ତାନ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

 

Comment