ଓଡ଼ିଶାଲାଇଭ ବ୍ୟୁରୋ

 ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ପାରାମେଡିକାଲ କର୍ମଚାରୀ ଓ ନର୍ସ ଆନ୍ଦୋଳନରେ ବସିଛନ୍ତି। ଜୁନ୍ ୨୬ରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ସଂପର୍କୀୟ ମେଡିକାଲରେ ଗଣ୍ଡଗୋଳ କରିବା ସହିତ  ଷ୍ଟାଫ ନର୍ସଙ୍କୁ ମାଡ଼ ମାରିଥିଲେ।

ଏନେଇ ମେଡିକାଲ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଅନ୍ୟପକ୍ଷରେ ଜୁଲାଇ ୪ ତାରିଖରୁ ପାରାମେଡିକାଲ କର୍ମଚାରୀ ନର୍ସମାନେ ଅଭିଯୁକ୍ତଙ୍କୁ ଗିରଫ ଦାବି ଓ ମେଡିକାଲରେ ସୁରକ୍ଷା ଦାବିରେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରି ଆସୁଥିଲେ।

 

ପୋଲିସ କେବଳ ୨ ଜଣଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରି କର୍ମଚାରୀ ଓ ନର୍ସ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏଥିସହିତ ମେଡିକାଲ ପରିସରରେ ଡାକ୍ତର ବା କର୍ମଚାରୀଙ୍କୁ ଦୁର୍ବବ୍ୟବହାର, ଆକ୍ରମଣ ରୋକିବା ପାଇଁ କର୍ମଚାର ଓ ନର୍ସମାନେ ଦାବି କରିଛନ୍ତି। ଫଳରେ ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।

ନିକଟରେ କୋଲକାତାରେ ଏଭଳି ଘଟଣାକୁ କେନ୍ଦ୍ର କରି ଡାକ୍ତର ଆନ୍ଦୋଳନ ତେଜିଥିଲା। ଏହାର ପ୍ରଭାବ ସାରାଦେଶରେ ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here