ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଷ୍ଟାରମାନଙ୍କ ମଧ୍ୟରେ ନବାଜଉଦ୍ଦୀନ ସିଦ୍‌କୀ ଜଣେ ସଫଳ କଳାକାର। ଫିଲ୍ମରେ ଜବରଦସ୍ତ ଅଭିନୟ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ‘ମୁନା ମାଇକେଲ’ରେ ସିଦକୀ ଡ୍ୟାନ୍ସ ଶିଖିଥିଲେ।

ଏବେ ସେ ଆଗାମୀ ଫିଲ୍ମ ‘ବୋଲେ ଚୁଡ଼ିଆଁ’ରେ ଦେଶୀ ଷ୍ଟାଇଲରେ ରାପ୍ କରୁଥିବା ଦେଖାଯାଇଛି। ନିଜର ପ୍ରଥମ ରାପ୍ ସଙ୍ଗର ଟିଜରକୁ ସେ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଗୀତରେ ତାଙ୍କ ସହ ଅଭିନେତ୍ରୀ ତମନ୍ନା ଭାଟିଆ ନଜର ଆସିଛନ୍ତି। ଏହି ରାପ୍‌ର ଲିରିକ୍ସ ମଧ୍ୟ ବହୁତ ବହୁତ ମଜାଦାର ରହିଛି।

‘ବୋଲେ ଚୁଡ଼ିଆଁ’ର ନିର୍ଦ୍ଦେଶନା ଦେଇଛନ୍ତି ନବାଜଉଦ୍ଦୀନ ସିଦକୀଙ୍କ ଭାଇ। ଏଥିରେ ନାୟିକା ସାଜିଛନ୍ତି ସାଉଥ ସୁନ୍ଦରୀ ତମନା ଭାଟ୍ଟିଆ। ପୂର୍ବରୁ ଏଥିରେ ମୌନି ରାୟ ନାୟିକା ଭୂମିକାରେ ଅଭିନୟ କରିବାର ଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଫିଲ୍ମରୁ ବାହାର କରାଯାଇଥିଲା। ଏହି ଫିଲ୍ମ ଜଣେ ଚୁଡ଼ି ବିକାଳୀଙ୍କ ଲଭଷ୍ଟୋରିକୁ ନେଇ ନିର୍ମିତ ହୋଇଛି।

Comment