ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରେ ପ୍ରତିବର୍ଷ ନୀଳାଦ୍ରି ବିଜେ ତିଥୀରେ ପାଳନ କରାଯାଏ ରସଗୋଲା ଦିବସ। ଏହି ତିଥୀରେ ପୁରୀ ବଡ଼ଦେଉଳର ଜୟ ବିଜୟ ଦ୍ୱାରରେ ମହାଲକ୍ଷ୍ମୀଙ୍କ କ୍ରୋଧ ଭାଙ୍ଗିବା ପାଇଁ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ରସଗୋଲା ଅର୍ପଣ କରାଯାଏ।

ତା’ ପରେ ଠାକୁରମାନେ ମନ୍ଦିର ପ୍ରବେଶ କରନ୍ତି। ଓଡ଼ିଆ ଐତିହାସିକ ଓ ଗବେଷକଙ୍କ ମତରେ ଦ୍ୱାଦଶ ଶତାବ୍ଦୀରୁ  ନୀଳାଦ୍ରି ବିଜେ ସମୟରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଭେଟି ପରମ୍ପରା ଚାଲି ଆସୁଛି। ଏହି ପର୍ବକୁ ଓଡ଼ିଆମାନେ ବେଶ ଉତ୍ସାହର ସହ ପାଳନ କରିଥାନ୍ତି।

ରସଗୋଲାର ଉତ୍ପତିକୁ ନେଇ ୩ ବର୍ଷ ତଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଦେଖାଦେବା ରାଜ୍ୟବ୍ୟାପୀ ଏକପ୍ରକାର ଆଲୋଡ଼ନ ସୃଷ୍ଟି ହୋଇଥିଲା।

Comment