ଓଡ଼ିଶାଲାଇଭ୍ ବ୍ୟୁରୋ

SBI ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି ଅଗଷ୍ଟ ପହିଲାରୁ IMPS ଉପରେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଶୁଳ୍କକୁ ହଟାଇ ଦେଇଛି।

ପୂର୍ବରୁ ଜୁଲାଇ ପହିଲାରୁ NEFT ଓ RTGS ଉପରେ ଦିଆଯାଉଥିବା ଶୁଳ୍କକୁ ହଟାଇ ଦେଇଥିଲେ। ଅନ୍‌ଲାଇନ୍‌ ଟ୍ରାନ୍‌ଜାକ୍‌ସନ୍ ବ୍ୟବହାରକୁ ବଢ଼ାଇବା ପାଇଁ ଆରବିଆଇ ଏହି ପଦକ୍ଷେପ ଗ୍ରହଣ କରିଛି। ଏଣିକି SBI ଗ୍ରାହକଙ୍କ ପାଇଁ IMPSରେ ଅନ୍‌ଲାଇନ୍‌ ଟ୍ରାନଜାକ୍‌ସନ୍ କଲେ କୌଣସି ଫି ଦେବାକୁ ପଡ଼ିବ ନାହିଁ।

ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଓ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଫଣ୍ଡ ଟ୍ରାନ୍ସଫର କରୁଥିବା ବ୍ୟବହାରକାରୀଙ୍କଠାରୁ କୌଣସି ବ୍ୟାଙ୍କ ଚାର୍ଜ କଟିବ ନାହିଁ।

ଏସବିଆଇର ପ୍ରାୟ ୬କୋଟି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କରୁଥିବା ଗ୍ରାହକ ଅଛନ୍ତି।

IMPS କ’ଣ?

ଇମିଡିଏଟ୍ ପେମେଣ୍ଟ ସର୍ଭିସ୍ (ଆଇଏମ୍‌ପିଏସ୍‌) ହେଉଛି ଇନଷ୍ଟାଣ୍ଟ ଇଣ୍ଟରବ୍ୟାଙ୍କ୍ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର୍ ସର୍ଭିସ୍। ଯାହାକି ମୋବାଇଲ୍ ଫୋନ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ କରାଯାଏ। IMPS ମାଧ୍ୟମରେ ଉପଭୋକ୍ତାଙ୍କ ଆକାଉଣ୍ଟକୁ ତୁରନ୍ତ ଟଙ୍କା ପହଞ୍ଚି ପାରିବ।

Comment