ଓଡ଼ିଶାଲାଇଭ ବ୍ୟୁରୋ

ଦୁଷ୍କର୍ମ ମାମଲାରେ ଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଆଶାରାମଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। ଜାମିନ ଆବେଦନ ଖାରଜ କରିବା ସହିତ ମାମଲା ଶୀଘ୍ର ଶେଷ କରିବାକୁ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଗୁଜୁରାଟର ସୁରତ ଦୁଷ୍କର୍ମ ମାମଲାରେ ଜାମିନ ପାଇଁ ଆଶାରାମ କୋର୍ଟରେ ଆବେଦନ କରିଥିଲେ।

ସୁରତରେ ରହୁଥିବା ଦୁଇ ଭଉଣୀଙ୍କ ସହ ଆଶାରାମ ବାପୁ ଏବଂ ତାଙ୍କ ପୁଅ ନାରାୟଣ ସାଇ ଦୁଷ୍କର୍ମ କରିଥିବା ସହ ସେମାନଙ୍କୁ ବନ୍ଦୀ କରି ରଖିଥିଲେ।

ଏହି ମାମଲାରେ ୨୦୧୩ରେ ଯୋଦ୍ଧପୁର କୋର୍ଟ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଣି କରିଥିଲେ। ଏହି ମାମଲାରେ ଆଶାରାମ ଏବେ ଜେଲରେ ଅଛନ୍ତି।

Comment