ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ ସମେତ ୬ ଜଣ ଗିରଫ ହୋଇଛନ୍ତି। ଗିରଫ ନେଇ ପୋଲିସ ଡିଜି ଆର ପି ଶର୍ମା ସୂଚନା ଦେଇଛନ୍ତି।

ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଡିଜି କହିଛନ୍ତି।

ରବିବାର ସନ୍ଧ୍ୟାରେ ପଟ୍ଟନାୟକିଆ ଛକରେ ଗୋଟିଏ ପରିବାରର ତିନି ଜଣକୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ। ଦୁର୍ବୃତ୍ତମାନେ ଖଣ୍ଡା ଓ ଫାର୍ଶାରେ ଗୋଡ଼ା ଗୋଡ଼ାଇ ହାଣିଥିବା ପ୍ରତ୍ୟେକ୍ଷଦର୍ଶିମାନେ କହିଛନ୍ତି।

ପବିତ୍ର ରଥଯାତ୍ରାକୁ ନେଇ ପୁରୀ ଉତ୍ସବମୁଖର ହୋଇଯାଇଥିବା ବେଳେ ପଟ୍ଟନାୟକିଆ ଛକରେ ଏଭଳି ନିର୍ମମ ହତ୍ୟାକାଣ୍ଡ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

Comment