ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀର ଶ୍ରୀନଗଗରୁ ‘ଜୈଶ ଏ ଅହମ୍ମଦ’ ଆତଙ୍କବାଦୀ ସଙ୍ଗଠନର ବସିର ଅହମ୍ମଦ ଗିରଫ ହୋଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ବସିର ଅହମ୍ମଦକୁ ଗିରଫ କରିବାରେ ସଫଳ ହୋଇଛି। ଏବେ ପୋଲିସ ତାକୁ ପଚରା ଉଚରା କରୁଛି। ଦିଲ୍ଲୀ ପୋଲିସ ଏହି ଆତଙ୍କବାଦୀକୁ ଧରିବା ପାଇଁ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା।

ଜୈଶର ଏହି ଆତଙ୍କବାଦୀକୁ ପୂର୍ବରୁ ୨୦୦୭ରେ ଗିରଫ କରାଯାଇଥିଲା। ପୋଲିସ ସହ ଗୁଳି ବିନିମୟ ବେଳେ ତା’ର ୩ ଜଣ ସାଥୀ ମଧ୍ୟ ଧରା ପଡ଼ିଥିଲେ। ୨୦୧୩ରେ ୩ ଜଣ ତଳ କୋର୍ଟରୁ ଜାମିନ ପାଇ ବାହାରକୁ ଆସିବା ପରେ ଫେରାର ହୋଇ ଯାଇଥିଲେ। ସେବେଠାରୁ ଏହି ଆତଙ୍କୀଙ୍କୁ ଧରିବା ପାଇଁ ପୋଲିସ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲା।

ବସିର ଅହମ୍ମଦ ପୂର୍ବରୁ ଦିଲ୍ଲୀ ପୋଲିସ ଚଳିତ ବର୍ଷ ମାର୍ଚ୍ଚ ମାସରେ ଅନ୍ୟ ଦୁଇ ସାଥୀଙ୍କୁ ଗିରଫ କରିଥିଲା।

Comment