ଓଡ଼ିଶାଲାଇଭ ବ୍ୟୁରୋ

 ଚଳିତ ବର୍ଷ ମିରାଜ-୨୦୦୦  କ୍ରାସ ହୋଇଥିଲା। ଏଥିରେ ବାୟୁସେନାରେ ସ୍କ୍ୱାଡ୍ରନ ଲିଡର ଥିବା ସମୀର ଓବରଲ ପ୍ରାଣ ହରାଇଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ସମୀରଙ୍କ ପତ୍ନୀ ଗରିମା ଓବରଲ ବାୟୁସେନାରେ ଯୋଗ ଦେବାକୁ ଯାଉଛନ୍ତି।

ଚଳିତ ବର୍ଷ ଫେବ୍ରୁଆରି ୧ରେ ମିରାଜ ୨୦୦୦ କ୍ରାସ  ହୋଇଥିଲା। ଏହି ଦୁର୍ଘଟଣା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଏୟାରପୋର୍ଟ ବେଙ୍ଗାଳୁରୁରେ ଘଟିଥିଲା।

ଅବସର ପ୍ରାପ୍ତ ଏୟାର ମାର୍ସାଲ ଅନିଲ ଚୋପ୍ରା ଟୁଇଟ କରି ଏହି ସୂଚନା ଦେବା ସହ ମହିଳାଙ୍କ ସାହାସକୁ ପ୍ରଂଶସା ମଧ୍ୟ କରିଛନ୍ତି।

ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶରେ ରହିବା ସମୟରେ ଗରିମା ସର୍ଭସ ସିଲେକ୍ସେନ ବୋର୍ଡର ପରୀକ୍ଷା ପାସ କରିଛନ୍ତି। ସେ  ପ୍ରଥମେ ଦୁନ୍ଦିଗଲ ବାୟୁସେନା ଏକାଡେମୀରେ ଜଏନ କରିବେ। ତା’ପରେ ୨୦୨୦ରେ ଭାରତୀୟ ବାୟୁସେନାରେ ସାମିଲ ହେବେ।

ଗରିମା ପେସାରେ ଜଣେ ଫିଜିଓଥେରାପିଷ୍ଟ। ତାଙ୍କ ଘର ପଞ୍ଜାବର ଜଳନ୍ଧରରେ। ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ସେ ବେଙ୍ଗାଳୁରୁରେ ରହୁଛନ୍ତି। ୨୦୧୫ରେ ସେ ସମୀରଙ୍କୁ ବିବାହ କରିଥିଲେ। ସମୀରଙ୍କ ଘର ଉତ୍ତରପ୍ରଦେଶର ଗାଜିଆବାଦରେ ହୋଇଥିବାରୁ ବିବାହ ପରେ ସେ ଗାଜିଆବାଦରେ ରହୁଥିଲେ।

ବିମାନ କ୍ରାସରେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ବାୟୁସେନାରେ ସାମିଲ ହେବାକୁ ପ୍ରତିଜ୍ଞା ନେଇଥିଲେ।

Comment