ଓଡ଼ିଶାଲାଇଭ ବ୍ୟୁରୋ

ଆଜି ଚନ୍ଦ୍ର ଗ୍ରହଣ। ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶରେ ଚନ୍ଦ୍ର ଗ୍ରହଣ ଦେଖାଯିବ। ଆଜି ଗୁରୁ ପୁର୍ଣ୍ଣିମା ଅବସରରେ ଚନ୍ଦ୍ର ଗ୍ରହଣ ପଡ଼ୁଛି। ଚଳିତ ବର୍ଷର ଏହା ଶେଷ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଉଛି। ଆଜି ରାତି ୧ ଟା ୩୧ ମିନିଟ ୪୦ ସେକେଣ୍ଡ ଗ୍ରହଣ ଲାଗିବା ଆରମ୍ଭ ହେବ।

ରାତି  ୪ଟା ୩୧ ମିନିଟ ୪୧ ସେକେଣ୍ଡରେ  ମୋକ୍ଷ ହେବ। ଅପରାହ୍‌ଣ ୪ଟା ୩୧ରୁ ପାକ ତ୍ୟାଗ କରିବାକୁ ଜ୍ୟୋତିର୍ବିଦ ପରାମର୍ଶ ଦେଇଛନ୍ତି।

ସେପଟେ ଚନ୍ଦ୍ରଗ୍ରହଣ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଯାଇଛି ।

ଆଜି ସକାଳ ୬ଟାରେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ସାଢେ ୬ଟାରେ ଭିତରଶୋଧ କରାଯାଇଥିଲା। ୭ଟାରେ ଶ୍ରୀଜୀଉମାନଙ୍କଠାରେ ମଙ୍ଗଳ ଆରତୀ, ସାଢ଼େ ୭ଟାରେ ମଇଲମ-ତଡ଼ପଲାଗି, ୭ଟା ୫୦ରେ ଅବକାଶ ପୂଜା, ସକାଳ ୮ଟା ୧୦ରେ ଅଧରପୋଚ୍ଛା ନୀତି ଅନୁଷ୍ଠିତ ହୋଇଛି।

Comment