ଓଡ଼ିଶାଲାଇଭ ବ୍ୟୁରୋ

ମୁମ୍ବାଇ ଡୋଙ୍ଗରୀ ଅଞ୍ଚଳରେ କୋଠା ଭୁଶୁଡ଼ିବା ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ଜଣଙ୍କ ମୃତ୍ୟୁ ଘଟିଛି। କୋଠାତଳେ ଆହୁରି ଅନେକ ଫସି ରହିଛନ୍ତି।

ସ୍ଥାନୀୟ ପୋଲିସ, ଅଗ୍ନିଶମ ବିଭାଗ, ଏନଡିଆରଏଫ୍ ଟିମ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

କୋଠାରେ ୧୫ ପରିବାର ରହୁଥିବା ଜଣାପଡ଼ିଛି। କୋଠା ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁମ୍ବାଇର ଡୋଙ୍ଗରୀ ଅଞ୍ଚଳରେ ସକାଳ ୧୧ଟା ବେଳେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। ଏହି କୋଠା ତଳେ ୫୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଥିଲା।

ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି ସେହି ସ୍ଥାନ ଜନଗହଳି ପୂର୍ଣ୍ଣ ହୋଇଥିବାରୁ ଉଦ୍ଧାରକାର୍ଯ୍ୟ ବିଳମ୍ବ ହେଉଛି।

ଭୁଶୁଡ଼ି ଥିବା କୋଠାଟି ପ୍ରାୟ ୭୦/ ୮୦ ବର୍ଷ ପୁରୁଣା ହେବ। ପୁରୁଣା କୋଠାର ନାମ କେସରବାଇ ଜଣାପଡ଼ିଛି। ଏହା ମୁମ୍ବାଇର ଅବଦୁଲ ହମ୍ମିଦ ଦରଗା ପଛରେ ରହିଛି। କୋଠାଟି ପୁରୁଣା ହୋଇଥିବାରୁ ଭୁଶୁଡ଼ି ପଡ଼ିଥିବା ଅନୁମାନ କରାଯାଉଛି।

Comment