ଓଡ଼ିଶାଲାଇଭ ବ୍ୟୁରୋ

ମୁମ୍ବାଇରେ ମଙ୍ଗଳବାର ପୁଣି ଆଉ ଏକ ବଡ଼ ଦୁର୍ଘଟଣା ଘଟିଛି। ମୁମ୍ବାଇର ଡୋଙ୍ଗରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି କୋଠା ତଳେ ୫୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ, ଏନଡିଆରଏଫ୍ ଓ ଅନ୍ୟ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ମଙ୍ଗଳବାର ସକାଳ ୧୧ଟା ପାଖାପାଖି ଏହି ଦୁର୍ଘଟଣା ଘଟିଛି। ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି ସେହି ସ୍ଥାନ ଜନଗହଳି ପୂର୍ଣ୍ଣ ହୋଇଥିବାରୁ ଉଦ୍ଧାରକାର୍ଯ୍ୟ ବିଳମ୍ବ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୪/ ୫ ଜଣଙ୍କୁ ଉଦ୍ଧାର କରିବାରେ ଉଦ୍ଧାରକାରୀ ଟିମ ସଫଳ ହୋଇଛି।

ଭୁଶୁଡ଼ି ଥିବା କୋଠାଟି ପ୍ରାୟ ୭୦/ ୮୦ ବର୍ଷ ପୁରୁଣା ହେବ। ପୁରୁଣା କୋଠାର ନାମ କେସରବାଇ ଜଣାପଡ଼ିଛି। ଏହା ମୁମ୍ବାଇର ଅବଦୁଲ ହମ୍ମିଦ ଦରଗା ପଛରେ ରହିଛି। କୋଠାଟି ପୁରୁଣା ହୋଇଥିବାରୁ ଭୁଶୁଡ଼ି ପଡ଼ିଥିବା ଅନୁମାନ କରାଯାଉଛି।

Comment