ଓଡ଼ିଶାଲାଇଭ୍ ବ୍ୟୁରୋ

ତିନି ରଥରେ ଲୀଳାଖେଳ ସାରି ମହାପ୍ରଭୁ ଶ୍ରୀମନ୍ଦିର ରତ୍ନବେଦୀରେ ବିଜେ କରିଛନ୍ତି। ଆଜି ମିଳିବ ନୀଳାଚଳ ଅବଢ଼ା। ୧୩ ଦିନ ହେବ ଶ୍ରୀମନ୍ଦିର ଆନନ୍ଦବଜାରରେ ଅବଢ଼ା ମିଳୁ ନଥିଲା। ଆଜିଠୁ ପୁଣି ଅବଢ଼ା ମିଳିବା ଆରମ୍ଭ ହେବ।

ଶ୍ରୀଗୁଣ୍ଡିଚା ସମୟରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇଥିଲେ। କିନ୍ତୁ ରଥାରୂଢ଼ ସମୟରେ ଭକ୍ତମାନେ ଅବଢ଼ାରୁ ବଞ୍ଚିତ ଥିଲେ। ସୋମବାର ନୀଳାଦ୍ରି ବିଜେ ପରେ ଭକ୍ତମାନେ ଆଜିଠାରୁ ଶ୍ରୀମନ୍ଦିର ଅବଢ଼ା ପାଇପାରିବେ।

ଆଜି ଚନ୍ଦ୍ରଗ୍ରହଣ ଥିବାରୁ ସଅଳ ଅବଢ଼ା ବାହରିବ। ରଥଯାତ୍ରା ସାରି ଫେରିବା ବେଳେ ମହାପ୍ରଭୁଙ୍କୁ ପ୍ରଥମ କରି ଯେଉଁ ଛପନ ଭୋଗ ଲାଗି କରାଯାଇଥାଏ, ତା’କୁ ନୀଳାଚଳ ଅବଢ଼ା କୁହାଯାଏ। ମହାପ୍ରଭୁ ୧୩ ଦିନ ପରେ ନୀଳାଦ୍ରି ବିଜେ କରିଛନ୍ତି, ସେଥିପାଇଁ ଆଜି ମହାପ୍ରଭୁଙ୍କ ପାଇଁ ଛପନ ପଉଟି ଭୋଗ ପ୍ରସ୍ତୁତ କରାଯାଏ।

Comment