ଓଡ଼ିଶାଲାଇଭ୍ ବ୍ୟୁରୋ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଖାତା ମୂଲ୍ୟାୟନ ଜୁଲାଇ ୨୧ରୁ ଆରମ୍ଭ ହେବ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଜୁଲାଇ ୨୧ରୁ ଏହି ଖାତା ଦେଖା ଆରମ୍ଭ ହେଉଥିବା ବେଳେ ଜୁଲାଇ ୨୩ରେ ଶେଷ ହେବ। ଆବଶ୍ୟକ ହେଲେ ଏହାର ଅବଧି ଆଉ ଗୋଟିଏ କି ଦୁଇଦିନ ବଢ଼ାଇ ଦିଆଯିବ।

ମାଟ୍ରିକ୍ ସପ୍ଲିମେଣ୍ଟାରୀର ଖାତା ମୂଲ୍ୟାୟନ ପାଇଁ ୧୨ଟି କେନ୍ଦ୍ର ରହିଥିବା ବେଳେ ମୁକ୍ତ ବିଦ୍ୟାଳୟ ଖାତାଦେଖା ପାଇଁ ୮ଟି କେନ୍ଦ୍ର ରହିଛି।

ଚଳିତବର୍ଷ ୨୮ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଛନ୍ତି। ୯ହଜାରରୁ ଅଧିକ ଛାତ୍ରଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିଲେ।

Comment