ଓଡ଼ିଶାଲାଇଭ ବ୍ୟୁରୋ

ODISHALIVE_NEWS UPDATE_2PM

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ମୁମ୍ବାଇରେ ଅଘଟଣ: ଭୁଶୁଡ଼ିଲା ୪ ମହଲା କୋଠା, ଫସିଲେ ୫୦ରୁ ଅଧିକ

ମୁମ୍ବାଇରେ ମଙ୍ଗଳବାର ପୁଣି ଆଉ ଏକ ବଡ଼ ଦୁର୍ଘଟଣା ଘଟିଛି। ମୁମ୍ବାଇର ଡୋଙ୍ଗରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି କୋଠା ତଳେ ୫୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ, ଏନଡିଆରଏଫ୍ ଓ ଅନ୍ୟ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଗୃହରେ ଦୁଇ ବିରୋଧୀଙ୍କ ତାତି: ୩ଟା ଯାଏଁ ବିଧାନସଭା ମୁଲତବୀ

ବିଧାନସଭା ଗୃହରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଗୃହକୁ ହୁଲସ୍ତୁଲ କରିଥିଲେ। ଫଳରେ ବାଚସ୍ପତି ୩ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି। ବିଜେପି ବିଧାୟକ ଗୃହରେ ଆଲୋଚନା କରୁଥିବା ବେଳେ କଂଗ୍ରେସ ବିଧାୟକମାନେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ନେଇ ଗୃହରେ ହୁଲସ୍ତୁଲ କରିଥିଲେ। ଫଳରେ ଗୃହକୁ ୩ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି।

ବିଶ୍ଵକପର କେଉଁ ମୁହୂର୍ତ୍ତ ଆଣିଥିଲା ଆଖିରେ ଲୁହ?

ବିଶ୍ଵକପ ୨୦୧୯ ଶେଷ ହୋଇଯାଇଛି। ଏହାସହ ଆଇସିସି କ୍ରିକେଟ ତା’ର ନୂଆ ବିଜେତା ପାଇ ସାରିଛି। ରବିବାର ୨୦୧୯ କ୍ରିକେଟ ବିଶ୍ଵକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ଵ ଚାମ୍ପିୟନ ହୋଇଛି। ଦୀର୍ଘଦିନ ଧରି ଚାଳିଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ ପାଇଁ ଅନେକ କସରତ ଦେଖିବାକୁ ମିଳିଥିଲା। ସଂଘର୍ଷ କରି ମଧ୍ୟ ସେମିଫାଇନାଲରେ ପ୍ରବେଶ କରିପାରିନଥିବା ଟିମ୍ ପାଇଁ ଏହି ମୁହୂର୍ତ୍ତ ଅନେକ କଷ୍ଟଦାୟକ ରହିଥିଲା। ତେବେ ଏଥର ବିଶ୍ଵକପରେ ସେମତି କିଛି ଆଖିରୁ ଲୁହ ଝରାଇଦେବା ଭଳି ଦୃଶ୍ୟ ସମ୍ନାକୁ ଆସିଥିଲା।

ଭୁବନେଶ୍ଵରରୁ ବିଦା ହେବେ ନିଶା ବେପାରୀ

କମିସନରେଟ୍ ପୋଲିସ ଇତିହାସରେ ପ୍ରଥମ ଘଟଣା ଘଟିବାକୁ ଯାଉଛି। ପୋଲିସ ଆଇନ – ୨୦୦୩ର ଦଫା ୪୬ ମୁତାବକ ୩ଜଣ ଅଭ୍ୟାସଗତ ନିଶା ବେପାରୀଙ୍କୁ ସୀମା ବାହାରକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି କମିସନର ସତ୍ୟଜିତ ମହାନ୍ତି।

ଆସନ୍ତାକାଲିଠୁ କଟକରେ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍: ପହଞ୍ଚିଲା ଭାରତୀୟ ଟିମ୍

ଟକ ଇନଡୋର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌ ବୁଧବାରଠୁ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଚାମ୍ପିଅନସିପ୍‌ରେ ଭାଗ ନେବା ପାଇଁ ୱେଲ୍ସ, ସାଉଥ୍ ଆଫ୍ରିକା, ଇଂଲଣ୍ଡ ଟିମ ସୋମବାର ପହଞ୍ଚି ସାରିଛନ୍ତି। ଆଜି ଘରୋଇ ଘରୋଇ ଟିମ ଭାରତ ଭୁବନେଶ୍ୱରରେ ପହଞ୍ଚିଛି। ଅନ୍ୟ ଦଳ ମଧ୍ୟ ଆଜି ପହଞ୍ଚିବେ।

ରୋହିତ ହେବେ ଅଧିନାୟକ!

ବିଶ୍ୱକପ୍ ସେମିଫାଇନାଲରୁ ଭାରତୀୟ ଦଳର ବିଦାୟ ପରେ ଦିନିକିଆରେ ନେତୃତ୍ୱ ପରିବର୍ତ୍ତନ କଥା ଚିନ୍ତା କରୁଛି ବିସିସିଆଇ। କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ବାହାର କରି ରୋହିତ ଶର୍ମାଙ୍କୁ ଏହି ଦାୟିତ୍ୱ ଦେବାକୁ ଭାରତୀୟ କ୍ରିକେଟ୍ ବୋର୍ଡ ବିଚାର କରୁଛି।

ପଟ୍ଟନାୟିକିଆ ଛକରେ ଟ୍ରିପଲ ମର୍ଡର ଘଟଣା: ୬ ଗିରଫ

ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ ସମେତ ୬ ଜଣ ଗିରଫ ହୋଇଛନ୍ତି। ଗିରଫ ନେଇ ପୋଲିସ ଡିଜି ଆର ପି ଶର୍ମା ସୂଚନା ଦେଇଛନ୍ତି।

ଆଜି ଚନ୍ଦ୍ରଗ୍ରହଣ, ଅପରାହ୍‌ଣ ସାଢ଼େ ୪ଟାରୁ ପାକ ନିଷେଧ

ଆଜି ଚନ୍ଦ୍ର ଗ୍ରହଣ। ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶରେ ଚନ୍ଦ୍ର ଗ୍ରହଣ ଦେଖାଯିବ। ଆଜି ଗୁରୁ ପୁର୍ଣ୍ଣିମା ଅବସରରେ ଚନ୍ଦ୍ର ଗ୍ରହଣ ପଡ଼ୁଛି। ଚଳିତ ବର୍ଷର ଏହା ଶେଷ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଉଛି। ଆଜି ରାତି ୧ ଟା ୩୧ ମିନିଟ ୪୦ ସେକେଣ୍ଡ ଗ୍ରହଣ ଲାଗିବା ଆରମ୍ଭ ହେବ। ରାତି  ୪ଟା ୩୧ ମିନିଟ ୪୧ ସେକେଣ୍ଡରେ  ମୋକ୍ଷ ହେବ। ଅପରାହ୍‌ଣ ୪ଟା ୩୧ରୁ ପାକ ତ୍ୟାଗ କରିବାକୁ ଜ୍ୟୋତିର୍ବିଦ ପରାମର୍ଶ ଦେଇଛନ୍ତି।

 

Comment