ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ଗୃହରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଗୃହକୁ ହୁଲସ୍ତୁଲ କରିଥିଲେ। ଫଳରେ ବାଚସ୍ପତି ୩ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି।

ବିଜେପି ବିଧାୟକ ଗୃହରେ ଆଲୋଚନା କରୁଥିବା ବେଳେ କଂଗ୍ରେସ ବିଧାୟକମାନେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ନେଇ ଗୃହରେ ହୁଲସ୍ତୁଲ କରିଥିଲେ। ଫଳରେ ଗୃହକୁ ୩ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି।

ପ୍ରଥମରୁ ପ୍ରଶ୍ନକାଳ ସ୍ୱାଭାବିକ ଚାଲିଥିଲା। ଶୂନ୍ୟକାଳର ମଧ୍ୟ ଭାଗରେ କଂଗ୍ରେସ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲା। ଦୀର୍ଘ ୮ମାସ ଧରି ହେବ ପଶ୍ଚିମ ଓଡ଼ିଶାରେ କୋର୍ଟ ବନ୍ଦ ରହିଛି। ଏଥିପାଇଁ ଆଇନ କାର୍ଯ୍ୟରେ ଅବହେଳା ହେଉଛି ବୋଲି କହିଥିଲେ କଂଗ୍ରେସ ବିଧାୟକ ନରସଂହ ମିଶ୍ର।

ପରେ ତାରା ପ୍ରସାଦ ବାହିନୀ ପତି ଓ ଅନ୍ୟ କଂଗ୍ରେସ ସଭ୍ୟ ନାରା ଦେଇଥିଲେ।

ଏହାପରେ ବିଜେପି ବିଧାୟକ କିଛି କହିବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ସୁଯୋଗ ମିଳି ନଥିଲା। ଫଳରେ ବିଜେପି ସଭ୍ୟ ମଧ୍ୟ ହୋହଲ୍ଲା କରିଥିଲେ। ‘କହିବାକୁ ନ ଦେଲେ, ଆମେ କକ୍ଷ ତ୍ୟାଗ କରିବୁ’, କହିଥିଲେ ବିଜେପି ବିଧାୟକ। ଏଥିପାଇଁ ଗୃହକୁ ୩ଟା ଯାଏଁ ମୁଲତବୀ ରଖାଯାଇଛି।

Comment