ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଜନ୍ ଆବ୍ରହମଙ୍କ ଫିଲ୍ମ ‘ବାଟଲା ହାଉସ’ର ଓ ସକି ସକି ଗୀତ ରିଲିଜ ହୋଇଛି। ଏହି ଗୀତକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଏଥରେ ଅଭିନେତ୍ରୀ ନୋରା ଫତେହୀଙ୍କ ଜବରଦସ୍ତ ଠୁମକା ଦେଖିବାକୁ ମିଳିଛି।

ଗୀତରେ ଏକ ବାରରେ ନୋରା ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ନେହା କକ୍କର, ତୁଳସୀ କୁମାର ଏଥିରେ କଣ୍ଠଦାନ କରିଛନ୍ତି।

ଏହା ମଧ୍ୟ ଏକ ପୁରୁଣା ଗୀତର ରିମେକ। ୨୦୦୪ରେ ରିଲିଜ ହୋଇଥିବା ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ମୁସାଫିର’ରେ ଏହି ଗୀତ ଦେଖିବାକୁ ମିଳିଥିଲା। ଏଥିରେ ଅଭିନେତ୍ରୀ କୋଇନା ମିତ୍ରଙ୍କ ଡ୍ୟାନ୍ସ କରିଥିଲେ। ଏହି ଗୀତକୁ ସୁନିଧୀ ଚୌହାନ ଗାଇଥିଲେ।

୨୦୦୮ରେ ଦିଲ୍ଲୀର ବାଟଲା ହାଉସରେ ହୋଇଥିବା ଏନକାଉଣ୍ଟର ଉପରେ ଆଧାରିତ। ଏଥିରେ ଜନ ଜଣେ ପୋଲିସ ଅପିସର ଭୂମିକାରେ ଅଭିନୟ କରିଛନ୍ତି।

ବଲିଉଡରେ ଆଇଟମ ଗୀତରେ ଡ୍ୟାନ୍ସ କରି ବେଶ୍ ନାଁ କରିଛନ୍ତି ଅଭିନେତ୍ରୀ ନୋରା ଫତେହୀ। ଜନ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ସତ୍ୟମେବ ଜୟତେରେ ନୋରା ‘ଦିଲବର ଦିଲବର’ରେ ନାଚି ଲୋକଲୋଚନକୁ ଆସିଥିଲେ। ଗୀତଟି ଏକ ପୁରୁଣା ଗୀତର ରିମେକ ହୋଇଥିଲେ ମଧ୍ୟ ନୋରାଙ୍କ ଡ୍ୟାନ୍ସ ଗୀତକୁ ସୁପରହିଟ କରିଥିଲା। ଦର୍ଶକ ଏହାକୁ ଖୁବ୍ ପସନ୍ଦ କରିଥିଲେ।

Comment