ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦେଇଛି ବଣିକ ସଂଘ। ବ୍ୟବସାୟୀଙ୍କୁ ଗୁଳିମାଡ଼ କରିବା ଓ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବଣିକ ସଂଘ।

ଗତ ଶନିବାର ରାତିରେ ତିନି ମୁହାଣୀ ବ୍ୟବସାୟୀ ସଂଘର ସଭାପତିଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରି କେନ୍ଦ୍ରାପଡ଼ା ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ।

ଆଜି ସକାଳୁ ତିନିମୁହାଣି ଛକରେ ବ୍ୟବସାୟୀ ସଂଘ ପକ୍ଷରୁ ରାସ୍ତାରୋକ କରାଯାଇଛି।

Comment