ଓଡ଼ିଶାଲାଇଭ ବ୍ୟୁରୋ

କୋଲକାତାରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ଓଡ଼ିଆ ଯୁବକଙ୍କର ମୃତ୍ୟୁ ଘଟିଛି ଏବଂ ୩ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା କୋଲକତାର ଧୁଲାଗଡ଼ ନିକଟରେ ଘଟିଛି।

୫ ମୃତ ଯୁବକମାନଙ୍କ ମଧ୍ୟରୁ ୨ ଜଣଙ୍କର ପରିଚୟ ମିଳିଛି। ସେମାନେ ହେଲେ ଭଦ୍ରକର ମନୋଜ ମହାନ୍ତି, ଦିଗବିଜୟ ଦାସ।  ଅନ୍ୟମାନେ ବି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ବୋଲି ଜଣାପଡ଼ିଛି। ହେଲେ ସେମାନଙ୍କ ପରିଚୟ ମିଳିପାରିନି। ଆହତ ୩ ଜଣଙ୍କୁ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି।

ସାଙ୍ଗର ବାହାଘରରେ ଯୋଗ ଦେଇ ମଙ୍ଗଳବାର ବିଳମ୍ବିତ ରାତିରେ କାର୍‌ରେ ଫେରୁଥିଲା ବେଳେ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ ସହ ଧକ୍କା ଖାଇ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

Comment