ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଉ ଦୁଇ ଦିନ ପରେ ପାଟକୁରା ଉପ ନିର୍ବାଚନ ପାଇଁ ହେବ ଭୋଟ୍। ପ୍ରଚାର ପାଇଁ ସବୁ ଦଳର ନେତା ଏବେ ପାଟକୁରାରେ ଡେରା ପକାଇଛନ୍ତି। ଏପଟେ ବିଧାନସଭା ଖାଲି ପଡ଼ିଛି। ଶାସକ ଦଳର ଅଧିକାଂଶ ନେତା ବିଧାନସଭା ଛାଡ଼ି ଏବେ ପାଟକୁରାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି।

ଗୃହରେ ୨୧ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ଜଣ ଓ ବିଜେଡିର ୧୧୨ ବିଧାୟକଙ୍କ ମଧ୍ୟରୁ ୬୧ ଜଣ ଉପସ୍ଥିତ ଅଛନ୍ତି। ଆଜି ଗୃହରେ ଅଧିକାଂଶ ଚେୟାର ଖାଲି ପଡ଼ିଥିଲା।

ବିଧାନସଭାରେ ମନ୍ତ୍ରୀଙ୍କ ଏକପ୍ରକାର ମରୁଡ଼ି ଦେଖାଦେଇଛି। ମନ୍ତ୍ରୀଙ୍କ ବଦଳରେ ଉତ୍ତର ରଖୁଛନ୍ତି ଭାରପ୍ରାପ୍ତ ମନ୍ତ୍ରୀ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବଦଳରେ ଯୋଜନା ସଂଯୋଜନା ବିଭାଗର ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଥିଲେ। ଏଥିପାଇଁ ଶାସକ ଦଳ ସଭ୍ୟ ଓ ମନ୍ତ୍ରୀ ଅନୁପସ୍ଥିତ ରହୁଥିବାରୁ ଗୃହରେ ବିରୋଧୀ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ଆଜି ଯେଉଁ ମନ୍ତ୍ରୀମାନଙ୍କର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଥିଲା ସେମାନେ ମଧ୍ୟ ଗୃହରେ ଅନୁପସ୍ଥିତ ଥିଲେ।

Comment