ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରୁ ଶ୍ରୀନଅର ପର୍ଯ୍ୟନ୍ତ ‘ନୋ ଡ୍ରାଇଭିଙ୍ଗ୍ ଜୋନ୍’ ଘୋଷଣା କରିଛନ୍ତି।

ପୁରୀ ବଡ଼ଦାଣ୍ଡରେ ପ୍ରତିବର୍ଷ ଭିଡ଼ ପରିଲିକ୍ଷିତ ହୋଇଥାଏ। ଏହାସହ ଯାନବାହାନ ପାର୍କିଂ ମଧ୍ୟ କରାଯାଇଥାଏ। ଯାହାଫଳରେ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖା ଦେଇଛି। ଏହିସବୁ ଅସୁବିଧାକୁ ଆଖି ଆଗରେ ରଖି ପୁରୀ ବଡ଼ଦାଣ୍ଡ ଏଭଳି ପଦକ୍ଷେପ ନେଇଛନ୍ତି।

ପ୍ରଶାସନ ତରଫରୁ ପ୍ରଥମେ ବଡ଼ଦାଣ୍ଡରୁ ଉଠା ଦୋକାନୀଗୁଡ଼ିକୁ ହଟାଯାଇଛି। ଶ୍ରୀମନ୍ଦିର ନିକଟସ୍ଥ ଡୋଳ ବେଦୀ ନିକଟସ୍ଥ କୌଣସି ଯାନବାହାନ ପାର୍କିଂ କରି ପାରିବେ ନାହିଁ। ଏହାସହ ଶ୍ରୀମନ୍ଦିର ନିକଟସ୍ଥ ଅଞ୍ଚଳକୁ ନୋ ବେଗିଂ ଜୋନ୍ କରାଯାଇଛି। ଶଅୀମନ୍ଦିର ସୁରକ୍ଷା ଏବଂ ଭକ୍ତଙ୍କ ସୁବିଧା ପାଇଁ ଏଭଳି ନିଷ୍ପତି ନିଆଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Comment