ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ମାମଲାରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ବିଧାୟକଙ୍କ ଇସ୍ତଫା ସଂପର୍କରେ କେବଳ ବାଚସ୍ପତି ହିଁ ଇସ୍ତଫା ନେବେ ବୋଲି କୋର୍ଟ କହିଛନ୍ତି। ନିର୍ଦ୍ଧିଷ୍ଟ ସମୟ ଭିତରେ ତାଙ୍କୁ ନିଷ୍ପତ୍ତି ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି।

ଏହା ସହିତ ଗୁରୁବାର ବିଧାନସଭାରେ ହେବାକୁ ଥିବା ଆସ୍ଥା ଭୋଟରେ ଭାଗ ନେବାକୁ ବିଧାୟକଙ୍କୁ ବାଧ୍ୟ କରାଯିବ ନାହିଁ କୋର୍ଟ ସ୍ପଷ୍ଟ କରିଛନ୍ତି।

କର୍ଣ୍ଣାଟକର କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାରରୁ ୧୫ ବିଧାୟକ କିଛି ଦିନ ତଳେ ଇସ୍ତଫାପତ୍ର ଦେଇଥିଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବାଚସ୍ପତିଙ୍କ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିନାହାନ୍ତି।

ଏ ପ୍ରସଙ୍ଗରେ ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ମେଣ୍ଟ ସରକାରଙ୍କୁ ବଞ୍ଚେଇବା ପାଇଁ ବାଚସ୍ପତି ଜାଣିଶୁଣି ଇସ୍ତଫା ମଞ୍ଜୁର କରୁନାହାନ୍ତି। ବାଚସ୍ପତି ଇସ୍ତଫା ମଞ୍ଜୁର କରୁନଥିବାରୁ ଏହା ବିରୋଧରେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଓ ତୁରନ୍ତ ବାଚସ୍ପତିଙ୍କୁ ଏ ସଂପର୍କରେ ନିଷ୍ପତ୍ତି ନେବାକୁ ଦାବି କରିଥିଲ।

Comment