ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୦୭ ମସିହାରେ ଯାଜପୁର ଜିଲ୍ଲାରେ ଆଦିବାସୀ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାର ବୁଧବାର ଶୁଣାଣି ହୋଇଛି। ଏହି ମାମଲାରେ ଯାଜପୁର ଜିଲ୍ଲା ସେସନ୍‌ କୋର୍ଟ ବୁଧବାର ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତଙ୍କ ନାଁ ଲଡାର ମହାକୁଡୁ।

୧୩ଟି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଅଭିଯୁକ୍ତ ଲଡାର ମହାକୁଡୁକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ତାଙ୍କ ଉପରେ କୋର୍ଟ ୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୦୧୭ ମସିହା ଜାନୁଆରି ୨୬ରେ ପୀଡ଼ିତା ବିବାହିତା ମହିଳା ଜଣକ ଡୁବୁରୀ ଅଞ୍ଚଳରୁ ଫେରୁଥିବା ବେଳେ ଭିମତଙ୍ଗର ନିକଟରେ ଲଡାର ମହାକୁଡୁ ତାଙ୍କୁ ଦୁଷ୍କର୍ମ କରିଥିଲେ।

Comment