ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ରାଜ୍ୟର ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କୁ ମିଳିଛି ‘କାଳିଆ’ ସହାୟତା। ବିଧାନସଭାରେ ଏହା କହିଛନ୍ତି କୃଷି ମନ୍ତ୍ରୀ ଡକ୍ଟର ଅରୁଣ ସାହୁ। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସାହୁ ଏହା କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ‘‘୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ଚାଷୀଙ୍କ ସଂଖ୍ୟା ଥିଲା ୩୨ ଲକ୍ଷ ୭୯ ହଜାର ୭୬୯। ଭୂମିହୀନ କୃଷି ଶ୍ରମିକଙ୍କ ସଂଖ୍ୟା ଥିଲା ୨୪ ଲକ୍ଷ ୨୦ ହଜାର ୫୪୦। ଏମାନଙ୍କ ଭିତରୁ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କୁ କାଳିଆ ସହାୟତା ମିଳିଛି।’’

କାଳିଆ ସହାୟତା ପାଇଁ ୫୭ ଲକ୍ଷ ୧୧ ହଜାର ଚାଷୀ ଏବଂ ୩୯ ଲକ୍ଷ ୩୦ ହଜାର କୃଷି ପରିବାର ଆବେଦନ କରିଥିଲେ। ମୋଟ ୭୫ ଲକ୍ଷ ହିତାଧିକାରୀଙ୍କୁ କାଳିଆ ସହାୟତା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ନିର୍ବାଚନ ପୂର୍ବରୁ ଚାଷୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ନିମନ୍ତେ ରାଜ୍ୟ ସରକାର କାଳିଆ ଯୋଜନା ଶୁଭାରମ୍ଭ କରିଥିଲେ।

Comment