ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରେଳ ଟ୍ରାଫିକ ସେବା (ଆଇଆର୍‌ଟିଏସ୍) ଅଧିକାରୀ ତଥା ଓଡ଼ିଆ ପୁଅ ପୂର୍ଣ୍ଣେନ୍ଦୁ ଶେଖର ମିଶ୍ର ହେଲେ ରେଳ ବୋର୍ଡ ସଦସ୍ୟ ଟ୍ରାଫିକ (ଏମଟି) ଏବଂ ସରକାରଙ୍କ ପଦାସୀନ ସଚିବ। ଗୁରୁବାର ସେ ନିଜ କାର୍ଯ୍ୟଭାର ସମ୍ଭାଳିଛନ୍ତି।  ପୂର୍ଣ୍ଣେନ୍ଦୁ ମିଶ୍ର ହେଉଛନ୍ତି ୧୯୮୨ ବ୍ୟାଚର ଏ ଆଇଆର୍ଟିଏସ୍ ଅଫିସରା ଏହା ପୂର୍ବରୁ ସେ ଦକ୍ଷିଣ-ପୂର୍ବ ରେଳପଥ ଏବଂ ପୂର୍ବ ରେଳପଥର ମହାପ୍ରବନ୍ଧକ ଥିଲେ।

ପୂର୍ଣ୍ଣେନ୍ଦୁ ମିଶ୍ର ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥର ମହାପ୍ରବନ୍ଧକ, ମୁମ୍ବାଇସ୍ଥିତ ପଶ୍ଚିମ ରେଳପଥର ପ୍ରମୁଖ କାର୍ଯ୍ୟ ପ୍ରବନ୍ଧକ, ରେଳ ବୋର୍ଡର ସୁରକ୍ଷା ପରାମର୍ଶଦାତା, କର୍ପୋରେଟ ସଂଯୋଜକ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭଳି ବଭିନ୍ନ ଉଚ୍ଚ ପଦବୀରେ ରହି ନିଜ କାର୍ଯ୍ୟ କରିସାରିଛନ୍ତି।

ଏହାବ୍ୟତୀତ ରାୟପୁର ସ୍ଥିତ ଦକ୍ଷିଣ ପୂର୍ବ ମଧ୍ୟ ରେଳପଥର ଡିଭିଜନାଲ ରେଳ ପ୍ରବନ୍ଧକ ଏବଂ ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଟ୍ରାଫିକ ଯୋଜନା ପ୍ରବନ୍ଧକ ଭାବେ କାର୍ଯ୍ୟ କରିସାରିଛନ୍ତି। ସେହିପରି ପୂର୍ବତଟ ରେଳପଥ ଏବଂ ପୂର୍ବ-ମଧ୍ୟ ରେଳପଥରେ ମୁଖ୍ୟ ମାଲ ଫ୍ରିଟ ପ୍ରବନ୍ଧକ, ମୁଖ୍ୟ ପରିବହନ ଯୋଜନା ପ୍ରବନ୍ଧକ ଏବଂ ମୁଖ୍ୟ ଯାତ୍ରୀ ପରିବହନ ପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି।

Comment