ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ନଦା ଗ୍ରାମରେ ଜଣେ ଯୁବକଙ୍କୁ ଘରୁ ଟାଣି ଆଣି ହତ୍ୟା କଲେ ଦୁର୍ବୃତ୍ତ। ମୃତକ ଜଣକ ହେଲେ ନଦା ଗ୍ରାମର ନାରାୟଣ ପାତ୍ର।

ଏହି ଖବର ପାଇବା ପରେ ମହୁଲଡ଼ିହା ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

ନାରାୟଣ ପାତ୍ର ଗ୍ରାମରେ ପାଇଖାନା ନିର୍ମାଣ କରୁଥିଲେ। ନିର୍ମାଣ ପରେ ସେ ନିଜ ଘରକୁ ରାତି ପ୍ରାୟ ୮ଟାରେ ଫେରୁଥିବା ସମୟରେ ଘରଠାରୁ କିଛି ଦୂରରେ ଦୁର୍ବୃତ୍ତ ଅତର୍କିତ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ବହୁ କଷ୍ଟରେ ନାରାୟଣ ପାତ୍ରା ସେଠାରୁ ଖସି ଘରକୁ ପଳାଇ ଯାଇଥିଲେ କିନ୍ତୁ ଆକ୍ରମଣକାରୀ ତାଙ୍କୁ ପିଛା କରି ତାଙ୍କୁ ଘରୁ ଟାଣି ଆଣି ଘର ବାହାରେ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇ ଖସିପଳାଇ ଥିଲେ।

ମୃତକଙ୍କ ପୁଅ ରତିକାନ୍ତ ହତ୍ୟାକାଣ୍ଡ ସମ୍ପର୍କରେ ମହୁଲଡ଼ିହା ଥାନାରେ ଜଣାଇବା ପରେ ପୋଲିସ କେସ୍ ନମ୍ବର ୨୮ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ହତ୍ୟାକାଣ୍ଡରେ ୫ରୁ ୬ଜଣ ସାମିଲ ଥିବା ନେଇ ମହୁଲଡ଼ିହା ଥାନା ପୋଲିସ ଅନୁମାନ କରି ତଦନ୍ତ ଚଳାଇଛି।

Comment