ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତା ଏଜାଜ ଖାନଙ୍କୁ ମୁମ୍ବାଇ ସାଇବର ପୋଲିସ୍ ଗୁରୁବାର ଗିରଫ କରିଛି। ସୋସିଆଲ ମିଡିଆ ଭିଡିଓ ଆପ୍‌ ଟିକ୍‌ଟକ୍‌ରେ ବିବାଦୀୟ ଭିଡିଓ ପୋଷ୍ଟ କରି ସାମ୍ପ୍ରଦାୟିକ ଘୃଣାକୁ ପ୍ରୋତ୍ସାହନା ଦେବା ଅଭିଯୋଗରେ ମୁମ୍ବାଇ ସାଇବର ପୋଲିସ୍ ତାଙ୍କୁ ଆଜି ଗିରଫ୍ କରିଛିା

ଅଭିଯୋଗ ଆସିବା ପରେ ଭାଇରାଲ ହୋଇଥିବା କିଛି ଭିଡିଓକୁ ଆଧାର କରି ପୋଲିସ୍ ଏଜାଜଙ୍କୁ ଗିରଫ କରିଛିା ଆପତ୍ତିଜନକ ଭିଡିଓ ପୋଷ୍ଟ କରି ଧର୍ମ ନାଁରେ ଦୁଇ ସମୁଦାୟଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଏବଂ ଏହାକୁ ପ୍ରୋତ୍ସାହନା କରିବା ଅଭିଯୋଗ ଆସିଛିା

ସାମ୍ପ୍ରଦାୟିକ ଘୃଣାକୁ ପ୍ରୋତ୍ସାହନା ଏବଂ ଧର୍ମ ନାଁରେ ଦୁଇ ସମୁଦାୟଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବାକୁ ଉସୁକାଇବା ପାଇଁ ଅଜାଜ ଖାନଙ୍କ ନାଁରେ ଲାଗିଛି ଆଇଟି ଆକ୍ଟ ସେକ୍ସନ ୬୭। ଏହି ସେକ୍ସନ ଅନୁଯାୟୀ, ତାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ସହ ୫ ବର୍ଷ ଜେଲ୍ ଦଣ୍ଡ ହୋଇପାର।

Comment