ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମ୍‌କୋର୍ଟ ଶୁଣାଣି କରିଛନ୍ତି। ଗୁରୁବାର ମଧ୍ୟସ୍ଥତା କରୁଥିବା କମିଟିଙ୍କ ଷ୍ଟାଟସ୍ ରିପୋର୍ଟ ଦେଖିବା ପରେ ସୁପ୍ରିମକୋର୍ଟ ମଧ୍ୟସ୍ଥତା କମିଟିକୁ ୩୧ ଜୁଲାଇର ସମୟ ଦେଇଛନ୍ତି। କମିଟି ଏହି ରିପୋର୍ଟ ଦେବା ପରେ କୋର୍ଟ ୨ ଅଗଷ୍ଟରେ ଏହି ମାମଲାର ଶୁଣାଣି କରିବେ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି ଯେ ଯଦି କିଛି ସମାଧାନ ନ ଆସେ, ତେବେ ୨ ଅଗଷ୍ଟରୁ ଏହାର ନିୟମିତ ଶୁଣାଣି ହେବା ନେଇ ବିଚାର କରାଯିବ।

ମଧ୍ୟସ୍ଥି କମିଟିର ରିପୋର୍ଟକୁ ଅପେକ୍ଷା ନକରି ସୁପ୍ରିମକୋର୍ଟ ନିଜେ ମାମଲାର ଶୁଣାଣି କରିବା ଠିକ୍‌ ହେବ ବୋଲି ଆବେଦନକାରୀ ଗୋପାଳ ସିଂ ବିଶାରଦ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ସୁପ୍ରିମକୋର୍ଟ ଜଷ୍ଟିସ୍ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଏହି ମାମଲାର ଶୁଣାଣି ଆପୋଷ ବୁଝାବଣାରେ କରିବା ପାଇଁ ନିର୍ଣ୍ଣୟ ନିଆଯାଇଥିଲା ପ୍ରଥମରୁ ୨ ମାସ ସମୟ ଦିଆଯାଇଥିଲା। ପରେ ଏହି ଅବଧିକୁ ଆଗାମୀ ୧୩ ସପ୍ତାହକୁ ଘୁଞ୍ଚାଇ ଦିଆଗଲା। ଏବେ ଏହାର ଶୁଣାଣି ୩୧ ଜୁଲାଇକୁ ଘୁଞ୍ଚାଇ ଦିଆଯାଇଛି।

Comment