ଓଡିଶାଲାଇଭ ବ୍ୟୁରୋ

ଜାହ୍ନବୀ କପୁର ଓ ଇଶାନ୍ ଖଟ୍ଟରଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର। ପୁଣିଥରେ ବଲିଉଡରେ ଏକାଠି ହେବେ ‘ଧଡକ’ର ଯୋଡି।

ଜାହ୍ନବୀ ଓ ଇଶାନଙ୍କ ଆଗାମୀ ଫିଲ୍ମ ହେଉଛି ‘ତଖ୍ତ୍‘। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି କରଣ ଜୋହରା। ଖୁବଶୀଘ୍ର ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହେବ।

ଯଦି ଜାହ୍ନବୀଙ୍କ କାମ କଥା କହିବେ ତେବେ ଏବେ ତାଙ୍କ ପାଖରେ ଅଛି ବ୍ୟାକ ଟୁ ବ୍ୟାକ ଅଫର। ତଖ୍ତ୍ ବ୍ୟତୀତ ସେ ‘ଦୋସ୍ତାନା ୨’, ‘ଗୁଞ୍ଜନ ସକସେନା’ଙ୍କ ବାୟୋପିକ, କମେଡି ଫିଲ୍ମ ‘ରୁହିଅଫ୍‌ଜା’ରେ ନଜର ଆସିବେ।

ଧଡକ ଫିଲ୍ମରେ ବଲିଉଡ ଡେବ୍ୟୁ କରିଥିଲେ ଜାହ୍ନବୀ। ଏଥିରେ ତାଙ୍କ ନାୟକ ସାଜିଥିଲେ ଇଶାନ। ଏଥିରେ ବେଶ୍  ପ୍ରଶଂସା ପାଇଥିଲ ଏହି ଯୋଡ଼ି। କିଛି ଦିନର ବ୍ୟବଧାନ ପରେ ପୁଣି ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିବ।

Comment