ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ରାପଡ଼ା ବାରିମୂଳାଠାରେ ନ୍ୟୁଜ ୧୮ ପ୍ରତିନିଧିଙ୍କୁ ଏସପି ନୀତିଶେଖର ବୁଧବାର ଦୁର୍ବ୍ୟବହାର କରିଥିଲେ। ସାମ୍ବାଦିକଙ୍କ ଉପରକୁ ନୀତି ଶେଖର ହାତ ଉଠେଇ ଥିଲେ।

ଏସପିଙ୍କ ଏଭଳି ଆଚରଣକୁ ପ୍ରତିବାଦ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ। ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାଠାରେ ଜିଲ୍ଲାରେ ଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଏକାଠି ହୋଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଜଣେ ଦାୟିତ୍ଵ ସମ୍ପର୍ଣ୍ଣ ଅଧିକାରୀଙ୍କ ଏ ପ୍ରକାର କାର୍ଯ୍ୟକଳାପକୁ ସାମ୍ବାଦିକମାନେ ତୀବ୍ର ନିନ୍ଦା କରିଥିଲେ।

Comment