ଓଡ଼ିଶାଲାଇଭ ବ୍ୟୁରୋ

କିଛି ଦିନ ହେବ ଟୁଇଟରରେ #ଶାଢ଼ି ଟୁଇଟର ଟ୍ରେଣ୍ଡ ଚାଲିଛି। ବଲିଉଡରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁଠି ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଓ ଜଣାଶୁଣା ନେତ୍ରୀ।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମଧ୍ୟ ତାଙ୍କ ଟୁଇଟରରେ ୨୨ ବର୍ଷ ତଳର ଶାଢ଼ି ପିନ୍ଧା ପୁରୁଣା ଫଟୋ ସେୟାର କରିଛନ୍ତି। ଏହା ତାଙ୍କର ବିବାହ ସମୟର ଫଟୋ।

ବଲିଉଡ ଅଭିନେତ୍ରୀ ୟାମି ଗୌତମ, ଜଣାଶୁଣା ସାମ୍ବାଦିକା ବରଖା ଦତ୍ତ ଟୁଇଟରେ ତାଙ୍କ ଶାଢ଼ି ଫଟୋ ସେୟାର କରିଛନ୍ତି।

ସେହିପରି ଅଭିନେତ୍ରୀ ଦିବ୍ୟା ଦତ୍ତ, ଆପ୍ ନେତ୍ରୀ ଗୁଲ ପନାଗ, ଅଭିନେତ୍ରୀ ରିଚା ଚଢ଼ା ବି ସାମିଲ ହୋଇଛନ୍ତି। ଏହି ଟ୍ରେଣ୍ଡକୁ ୟୁଜର୍ସ ଖୁବ୍ ପସନ୍ଦ କରୁଛନ୍ତି।

କେମିତି ଆରମ୍ଭ ହେଲା ଏହି ଟ୍ରେଣ୍ଡ?

ଏହି ଟ୍ରେଣ୍ଡର ନ୍ୟୁୟର୍କ ଟାଇମ୍ସରେ ଆସିଥିବା ଏକ ଆର୍ଟିକଲରୁ ଆରମ୍ଭ ହୋଇଛି। ଏଥିରେ ଶାଢ଼ିର ଗରିମା ବିଷୟରେ ଲେଖା ଯାଇଥିଲା। ମୋଦି ନିର୍ବାଚନ ଜିତିବା ପରେ ବନାରସୀ ଶାଢ଼ି ନିର୍ମାତାଙ୍କ ପ୍ରତି ଧ୍ୟାନ ଦେଇ ନାହାନ୍ତି ବୋଲି ଲେଖା ଯାଇଥିଲା। ପାଠକ ଏହାକୁ ଗ୍ରହଣ କରିପାରି ନାହନ୍ତି। ପାଠକଙ୍କ ମତରେ ଏହା ଭୁଲ ଢଙ୍ଗରେ ଲେଖାଯାଇଛି। ଏଥିଲାଗି ଏହି ଟ୍ରେଣ୍ଡ ଆରମ୍ଭ ହୋଇଛି।

Comment