ଓଡ଼ିଶାଲାଇଭ ବ୍ୟୁରୋ

ପାଟକୁରା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର। ପ୍ରଚାରର ଶେଷ ଦିନ ହୋଇଥିବାରୁ ୩ ପ୍ରମୁଖ ଦଳ       ବିଜେପି, ବିଜେଡି, କଂଗ୍ରେସ ଆଜି ଜୋରସୋରରେ ପ୍ରଚାର କରିବେ। ଘର ଘର ବୁଲି ଭୋଟ ମାଗିବାକୁ ଚେଷ୍ଟା କରିବେ।

ବିଜେପିର ହେଭିଓ୍ୱେଟ ନେତା ଆଜି ମଇଦାନରେ ପ୍ରଚାର କରିବେ। ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକ ଯାଇ ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିବେ ବିଜେପି ନେତା।

ସେହିପରି ବିଜେଡି ନେତା, ମନ୍ତ୍ରୀ ଓ ବିଧାୟକ ବି ପ୍ରଚାର କରିବେ। ହାତରେ ମାତ୍ର ଗୋଟିଏ ଦିନ ଥିବାରୁ ଡୋର୍ ଟୁ ଡୋର କ୍ୟାମ୍ପେନିଂ କରିବ ଦଳ।

ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଯାଇ ଦଳୀୟ ପ୍ରାର୍ଥୀ ସାବିତ୍ର ଅଗ୍ରଓ୍ୱାଲଙ୍କ ଲାଗି ପ୍ରଚାର କରିଥିଲେ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଲାଗି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରଚାର କରିଥିଲେ।

ସେହିପରି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ମଧ୍ୟ ଘରକୁ ଘର ଭୁଲି ଭୋଟ ମାଗୁଛନ୍ତି। ଜୁଲାଇ ୨୦ରେ ପାଟକୁରାରେ ନିର୍ବାଚନ ହେବ।

Comment