ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୋଡାଫୋନ ଆଣିଲା ମନସୁନ୍‌ ଧମାକା। କମ୍ପାନି ନିଜର ପ୍ରିପେଡ ଗ୍ରାହକଙ୍କ ପାଇଁ ଆଣିଛି ୨୨୯ ଟଙ୍କାର ନୂଆ ପ୍ଲାନ୍‌। ଏହି ପ୍ଲାନ୍‌ ହେଉଛି ଭୋଡାଫୋନର ଏକ କମ୍ବୋ ଅଫର। ଏହି ପ୍ଲାନ୍‌ରେ ଗ୍ରାହକ ଅନ୍‌ଲିମିଟେଡ୍‌ କଲିଂ, ଡାଟା ଏବଂ ଏସ୍‌ଏମ୍‌ଏସ୍‌ର ସୁବିଧା ପାଇପାରିବେ।

ଭୋଡାଫୋନର ଏହି ପ୍ଲାନ୍‌ରେ ଗ୍ରାହକ ଭାରତ ଭିତରେ ଅନ୍‌ଲିମିଟେଡ୍‌ ଲୋକାଲ୍‌, ଏସ୍‌ଟିଡି ଏବଂ ରୋମିଂ କଲ୍‌ କରିବାର ସୁବିଧା ପାଇପାରିବେ। ଏଥିସହିତ ଗ୍ରାହକ ଦୈନିକ ୨ ଜିବି ଲେଖାଏଁ ଡାଟା ମଧ୍ୟ ପାଇବେ। କଲିଂ ଓ ଡାଟା ବ୍ୟବସ୍ଥାକୁ ବାଦ୍‌ ଦେଲେ କମ୍ପାନି ଏହି ପ୍ଲାନ୍‌ରେ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ଦେଇଛି।

ଏହା ବ୍ୟତୀତ ୨୨୯ ପ୍ଲାନ୍‌ ରିଚାର୍ଜ କରି ଗ୍ରାହକ ଭେଡାଫୋନ ପ୍ଲେ ଆପ୍‌ରେ ଲାଇଭ୍‌ ଟିଭି, ମୁଭି ଆଦି ଦେଖିପାରିବେ। କମ୍ପାନି ଏହି ପ୍ଲାନ୍‌ର ବୈଧତା ୨୮ ଦିନ ରଖିଛି।

ସୂଚନାଯୋଗ୍ୟ, ପୂର୍ବରୁ ଭୋଡାଫୋନ୍‌ ୨୫୫ ଟଙ୍କା ପ୍ଲାନ୍‌ରେ ଏସମସ୍ତ ସୁବିଧା ଯୋଗାଇଦେଉଥିଲା। ବର୍ତ୍ତମାନ ଏହି ପ୍ଲାନ୍‌ର ଦାମ୍‌କୁ କମାଇ ୨୨୯ କରାଯାଇଛି। ହେଲେ ୨୨୯ଟଙ୍କା ପ୍ଲାନ୍‌ରେ କୌଣସି ଟକ୍‌ଟାଇମ୍‌ ମିଳିବ ନାହିଁ।

Comment