ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଜାଣନ୍ତୁ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଫିଟ୍‌ନେସ୍‌ ପାଇଁ କ’ଣ କରନ୍ତି?

ବଲିଉଡରେ ଅନୁଷ୍କାଙ୍କ ଫିଟ୍‌ନେସ୍‌ର କାରଣ କ’ଣ, ତାକୁ ନେଇ ସବୁବେଳେ ଆଲୋଚନା ହୋଇଥାଏ।

ଅନୁଷ୍କା ତାଙ୍କ ଖାଇବା ପିଇବା ଏବଂ ଫିଟ୍‌ ରହିବା ପାଇଁ ଯୋଗାଭ୍ୟାସ ଉପରେ ଅଧିକ ଫୋକସ୍‌ କରିଥାନ୍ତି।

-ଅନୁଷ୍କା ତାଙ୍କ ବ୍ରେକ୍‌ଫାଷ୍ଟରେ ଖାଇଥାନ୍ତି ଦୁଇଟି ସିଝା ଅଣ୍ଡା ଏବଂ ଗୋଟିଏ ଗ୍ଲାସ୍‌ ଫ୍ରୁଟ୍ ଜୁସ୍‌। ଏହାସହ ସେ ଅଣ୍ଡାର କେଶର ଖାଇ ନଥାନ୍ତି

-ଲଞ୍ଚ୍‌ କରିବାର କିଛି ସମୟ ପୂର୍ବରୁ ଅନୁଷ୍କା ଚିଜ୍‌ ଟୋଷ୍ଟ, ଲେମ୍ବୁ ପାଣି କିମ୍ବା ପଇଡ଼ ପାଣି ପିଇଥାନ୍ତି।

-ଲଞ୍ଚ୍‌ରେ ସେ ୨ଟି ରୁଟି, ଡାଲି, ପନିପରିବା ମିଶା ତରକାରୀ ସହ ସାଲାଡ୍ ଖାଇଥାନ୍ତି।

-ଜଙ୍କ୍‌ ଫୁଡ ଖାଇବାକୁ ଅନୁଷ୍କା ସବୁବେଳେ ମନା କରିଥାନ୍ତି। ଜଙ୍କ୍‌ ଫୁଡ ଖାଇଲେ ଦେହ ଅସୁସ୍ଥ ରହିଥାଏ ବୋଲି ଅନୁଷ୍କା କୁହନ୍ତି।

-ଏହାସହ ଅନୁଷ୍କା ଦିନକୁ ଦୁଇ ଥର ଯୋଗାଭ୍ୟାସ କରିଥାନ୍ତି। ପ୍ରତିଦିନ ସକାଳେ ଏବଂ ସୁଟିଂ ସେଟ୍‌ରୁ ଫେରିବା ପରେ ସେ ଯୋଗ କରନ୍ତି।

-ପ୍ରତିଦିନ ଅନୁଷ୍କା ଘରେ ୩୦ ମିନିଟ ଡ୍ୟାନ୍ସ କରିଥାନ୍ତି। ଜିମ୍‌ ଯିବା ସହ ଜଗିଙ୍ଗ ଉପରେ ସେ ଗୁରୁତ୍ୱ ଦିଅନ୍ତି।

Comment