ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶୁକ୍ରବାର ନବରଙ୍ଗପୁର ଜିଲ୍ଲାରେ ଏକ ଆଇନ୍‌ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରସ୍ୱତୀ ବିଦ୍ୟାମନ୍ଦିରରେ ଆୟୋଜିତ ଏହି ଶିବିରରେ ‘ଶିଶୁ ଯତ୍ନ, ଶିଶୁ ସୁରକ୍ଷା ଏବଂ ଶିକ୍ଷା ଅଧିକାର ଆଇନ୍‌’ ବିଷୟରେ ଆଲୋଚନା ହୋଇଥିଲା।

ଏହି ଆଇନ୍‌ ସଚେତନତା ଶିବିରରେ ପରିବାର ବିଚାର ବିଭାଗୀୟ ଜଜ୍‌ ବିକ୍ରମ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ଶିଶୁ ସୁରକ୍ଷା ବିଷୟରେ କହିଥିଲେ। ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣର ସମ୍ପାଦକ ପ୍ରସନ୍ନ ବେହେରା ସଭା ଆରମ୍ଭ କରିବା ସହ ଆଇନ୍‌ ସେବା ପ୍ରାଧିକରଣ କ’ଣ ଓ ତା’ର କର୍ତ୍ତବ୍ୟ ବିଷୟରେ ପିଲାମାନଙ୍କୁ ସଚେତନତା କରିଥିଲେ।

ସେହିପରି ଅତିରିକ୍ତ ଜିଲ୍ଲା ଜଜ୍‌ ପ୍ରଣବ କୁମାର ଦାସ, ରେଜିଷ୍ଟ୍ରାର ମନୋରଞ୍ଜନ ଦାସ, ବରିଷ୍ଟ ଦେୱାନୀ ଜଜ୍‌ ଏସ୍‌ ଶୁଭଲକ୍ଷ୍ମୀ, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧାରୀ ଅମିତ ବାରିକ ପ୍ରମୁଖ ଯୋଗ ଦେଇ ଛାତ୍ରଛାତୀମାନଙ୍କୁ ‘ଶିଶୁ ଯତ୍ନ, ଶିଶୁ ସୁରକ୍ଷା ଏବଂ ଶିକ୍ଷା ଅଧିକାର ଆଇନ୍‌’ ସମ୍ପର୍କରେ ବୁଝାଇଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଦେବେନ୍ଦ୍ରନାଥ ଧାକଡ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Comment