ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : କେନ୍ଦୁଝରର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ ମାମଲାରେ ଭିଜିଲାନ୍ସ ପକ୍ଷରୁ ଜବାବ ସୁଆଲ ଜାରି ରହିଛି। ଶୁକ୍ରବାର ଜବାବସୁଆଲ ଶେଷ ନହେବାରୁ ହାଇକୋର୍ଟ ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖ, ମଙ୍ଗଳବାରକୁ ଧାର୍ଯ୍ୟ କରିଛନ୍ତି।

ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କ ଇଜିଲାସରେ ଏହି ମାମଲାର ଶୁଣାଣି ହୋଇଥିଲା।

ଦୀପକ ଗୁପ୍ତାଙ୍କ ନାମରେ ୧୮୦୦ କୋଟି ଟଙ୍କାର ଉଲିବୁରୁ ଖଣି ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଭିଜିଲାନ୍ସ ଦୀପକ ଗୁପ୍ତାଙ୍କ ସହ ତାଙ୍କ ପରିବାର ଲୋକଙ୍କ ନାମରେ ମାମଲା ରୁଜୁ କରିଥିଲା। ଏଥିରେ ଦୀପକ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା।

ଏହି ମାମଲାରେ ଦୀପକ ଗୁପ୍ତା ହାଇକୋର୍ଟରେ ୫ ଥର ଓ ସୁପ୍ରିମକୋର୍ଟରେ ୨ ଥର ଜାମିନ୍ ଆବେଦନ କରିଥିଲେ। ପାଞ୍ଚ ଥର ଜାମିନ୍ ଆବେଦନ ଖାରଜ ହୋଇଥିଲା।

ଷଷ୍ଠ ଥର ଲାଗି ଶ୍ରୀ ଗୁପ୍ତା ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟରେ ମାମଲାର ଶୁଣାଣି ଚାଲିଛି। ଭିଜିଲାନ୍ସ ପକ୍ଷରୁ ଏହି ମାମଲାକୁ ପରିଚାଳନା ଲାଗି ସ୍ୱତନ୍ତ୍ର ଭାବେ ବରିଷ୍ଠ ଆଇନଜୀବୀ ଏନ୍ ସି ପାଣିଗ୍ରାହୀଙ୍କୁ ନିଯୁକ୍ତ କରାଯାଇଥିଲା ବେଳେ ଆଇନଜୀବୀ ସାଗର ରଞ୍ଜନ ପାଣିଗ୍ରାହୀ, ଏନ୍.କେ. ତ୍ରିପାଠୀ ଏବଂ ଦୀପ୍ତି ଧଳ ତାଙ୍କୁ ଏଥିରେ ସହାୟତା କରୁଛନ୍ତି।

Comment