ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କର୍ଣ୍ଣାଟକ ବିଧାନସଭାରେ ହୋଇପାରୁନି ଆସ୍ଥା ଭୋଟ। ରାଜ୍ୟପାଳଙ୍କ ଚିଠିକୁ ଚାଲେଞ୍ଜ କରି କୁମାରସ୍ୱାମୀ ଗଲେ ସୁପ୍ରିମକୋର୍ଟ।

ଶେଷ ହେଉନି କର୍ଣ୍ଣାଟକ ନାଟକ। ଗୁରୁବାର ପରି ଶୁକ୍ରବାର ମଧ୍ୟ କର୍ଣ୍ଣାଟକ ବିଧାନସଭାରେ ନାଟକବାଜି ଚାଲିଛି। ଗୁରୁବାର ପରି ଶୁକ୍ରବାର ମଧ୍ୟ କୁମାରସ୍ୱାମୀଙ୍କ ସରକାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣିତ କରି ନାହାନ୍ତିା ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି କୁମାରସ୍ୱାମୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରର ୧୪ ଜଣ ବିଧାୟକ ଇସ୍ତଫା ଦେବା ପରେ କୁମାରସ୍ୱାମୀ ସରକାର ସଙ୍କଟରେ ପଡ଼ିଥିଲେ। କୁମାରସ୍ୱାମୀ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପାଇଁ ୧୮ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ ବାଚସ୍ପତି। ୧୮ ତାରିଖରେ ଆସ୍ଥା ଭୋଟ ପାଇଁ ପ୍ରକ୍ରିୟା ଆରମ୍ଭ ହେଲା। କିନ୍ତୁ ଭୋଟିଂ ହୋଇପାରିଲାନି।

୧୮ ତାରିଖରେ ଆସ୍ଥା ଭୋଟ ଶେଷ କରିବାକୁ ରାଜ୍ୟପାଳ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲୋ ହେଲେ ବାଚସ୍ପତି ଗୃହ ମୁଲତବି ଘୋଷଣା କରିଥିଲେ। ଶୁକ୍ରବାର ଦିନ ୧୧ଟାରେ ପୁଣି ଆରମ୍ଭ ହୋଇଥିବା ବିଧାନସଭା। ଶୁକ୍ରବାର ଦିନ ସାଢ଼େ ୧ଟା ସୁଦ୍ଧା ଆସ୍ଥା ଭୋଟ ଶେଷ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। କୁମାରସ୍ୱାମୀ ଲମ୍ବା ସମୟ ଧରି ଭାଷଣ ଦେବାରୁ ଆସ୍ଥା ଭୋଟ ନିର୍ଦ୍ଧାରିତ ସମୟ ଭିତରେ ହୋଇପାରି ନଥିଲା।

ଶେଷରେ ରାଜ୍ୟପାଳ ଆଉ ଏକ ଚିଠି ଲେଖିଥିଲେ ବାଚସ୍ପତିଙ୍କୁ। ସନ୍ଧ୍ୟା ୬ଟା ସୁଦ୍ଧା ଆସ୍ଥା ଭୋଟ କରିବାକୁ ରାଜ୍ୟପାଳ ଏହି ଚିଠିରେ ଅବଗତ କରିଥିଲେ। କିନ୍ତୁ ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛନ୍ତି କୁମାରସ୍ୱାମୀ।

‘‘ରାଜ୍ୟପାଳଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ସଂଖ୍ୟା ଗରିଷ୍ଠତା ପ୍ରମାଣ କେତେବେଳେ ଦିଆଯିବ ତାହା ବାଚସ୍ପତିଙ୍କ ଦାୟିତ୍ୱ। ଏଥିପାଇଁ ଦିଲ୍ଲୀରୁ କୌଣସି ନିର୍ଦ୍ଦେଶ ଆସିବା ଠିକ୍ ନୁହେଁ। ରାଜ୍ୟପାଳ ଯେଉଁ ଦ୍ୱିତୀୟ ‘ଲଭ୍‌ ଲେଟର’ ଦେଇଛନ୍ତି ତାହା ମତେ ବହୁତ ଦୁଃଖ ଦେଇଛି’’, କହିଛନ୍ତି କୁମାରସ୍ୱାମୀ।

Comment