ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘୁଞ୍ଚିଲା ବାହୁବଳୀ ହିରୋ ସାଉଥ୍‌ ସୁପରଷ୍ଟାର ପ୍ରଭାସ୍‌ଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ସାହୋ’ର ରିଲିଜ୍‌ ତାରିଖ। ଏଥର ସ୍ୱାଧୀନତା ଦିବସରେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର, ଜନ୍‌ ଅବ୍ରାହମ୍‌ ଏବଂ ସାଉଥ୍‌ ସୁପରଷ୍ଟାର ପ୍ରଭାସ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥାନ୍ତା। ହେଲେ ଏଥର ଏହି ତନି ଷ୍ଟାରଙ୍କ ମଧ୍ୟରେ ଲଢ଼େଇ ହେବନି।

ଆସନ୍ତା ଅଗଷ୍ଟ ୧୫ରେ ରିଲିଜ୍‌ ହେବ ଅକ୍ଷୟ କୁମାରଙ୍କ ମିଶନ ମଙ୍ଗଳ ଏବଂ ଜନ୍‌ ଆବ୍ରାହମ୍‌ଙ୍କ ବାଟ୍‌ଲା ହାଉସ। ତେବେ ପ୍ରଭାସ୍‌ଙ୍କ ‘ସାହୋ’ ସ୍ୱାଧୀନତା ଦିବସରେ ରିଲିଜ୍‌ ହେବ ନାହିଁ। ଅଗଷ୍ଟ ୧୫ ପରିବର୍ତ୍ତେ ଅଗଷ୍ଟ ୩୦ ତାରିଖରେ ଏହି ଫିଲ୍ମ ରିଲିଜ ହେବ। ଏନେଇ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ଟୁଇଟ୍‌ କରି ଓୂଚନା ଦେଇଛନ୍ତି।

ବାହୁବଳୀର ବ୍ଲକବଷ୍ଟର ହିଟ୍‌ ପରେ ‘ସାହୋ’ ମଧ୍ୟ ପ୍ରଭାସ୍‌ଙ୍କ ଏକ ବିଗ୍‌ ବଜେଟ୍‌ ଫିଲ୍ମ। ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଫିଲ୍ମ ‘ସାହୋ’ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ ହେବ। ସାଉଥ୍‌ ଡାଇରେକ୍ଟର ସୁଜିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି।

ତେବେ ଏଥର ଅଗଷ୍ଟ ୧୫ରେ ଅକ୍ଷୟ କୁମାର ଏବଂ ଜନ୍‌ ଆବ୍ରାହମ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

Comment