ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ଆସନ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି। ହେଲେ ମତଦାନ ଆରମ୍ଭ ପରେ କିଛି ବୁଥରେ ଗଣ୍ଡଗୋଳ ଯୋଗୁଁ ମତଦାନ ବନ୍ଦ ରଖାଯାଇଛି। କିଣିଲୋର ୩୦୭ ନମ୍ବର ବୁଥରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଗଣ୍ଡଗୋଳ ପରେ ମତଦାନକୁ ବନ୍ଦ ରଖିଛନ୍ତି ପ୍ରିଜାଇଡିଂ ଅଫିସର।

ଅନ୍ୟ କେତକ ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁଁ ମଧ୍ୟ ମତଦାନ ବନ୍ଦ ରହିଛି। ଆଜି ସକାଳ ୭ଟାରୁ ପାଟକୁରାରେ ମତଦାନ ଆରମ୍ଭ ହୋଇଛି। ସକାଳ ୯ଟା ସୁଦ୍ଧା ୧୨% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ପାଟକୁରା ବିଧାନସଭା ପାଇଁ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ହେଉଥିବା ବେଳେ ମଖ୍ୟ ଲଢେଇ ବିଜେଡିର ସାବିତ୍ରୀ ଅଗ୍ରଓ୍ଵାଲ, ବିଜେପିର ବିଜୟ ମହାପାତ୍ର ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କ ମଧ୍ୟରେ ହେଉଛି।

Comment