ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବେ। ଆଲୁଅ ବି ଦେବେ। ସବୁ ସୁବିଧା ନେବା ପରେ ଓଡ଼ିଆ ପିଲାଙ୍କୁ କୌଣସି ସ୍ଵତନ୍ତ୍ର ସୁବିଧା ଯୋଗାଇ ଦିଆଯାଉନାହିଁ। ଓଡ଼ିଆମାନଙ୍କୁ ସଂରକ୍ଷଣରୁ କାହିଁକି ବଞ୍ଚିତ କରାଯାଉଛି ବୋଲି ଶୂନ୍ୟକାଳରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ।

୨୦୦୯ ମସିହାରେ କଟକର ନରାଜଠାରେ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ଆରମ୍ଭ ହୋଇଥିଲା। ଦେଶରେ ଏଭଳି ୧୮ଟି ବିଶ୍ଵବିଦ୍ୟାଳୟ ରହିଛି। ଯୋଉଠି ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ପଢ଼ିବା ପାଇଁ ୨୫ ପ୍ରତିଶତ ସଂରକ୍ଷଣ ରହିଛି। ଓଡ଼ିଶାର ଏହି ଗୋଟିଏ ବିଶ୍ଵବିଦ୍ୟାଳୟ ଯୋଉଠି ଏହି ନିୟମକୁ କାର୍ଯ୍ୟକାରୀ ହେଉନାହିଁ।

ମହାରଥୀ ଆହୁରି ମଧ୍ୟ କହିଥିଲେ ଯେ, ଓଡ଼ିଶାରୁ ଜଷ୍ଟିସ ଦିପକ ମିଶ୍ର, ଜଷ୍ଟିସ ରଙ୍ଗନାଥ ମିଶ୍ର, ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ରହିଛନ୍ତି। ଏହାପରେ ବି ଓଡ଼ିଆଙ୍କୁ ଅବହେଳା କରିବା ଦୁର୍ଭାଗ୍ୟଜନକ କଥା। ଏହା ଅତ୍ୟନ୍ତ ଗରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଏଥିରେ ବାଚସ୍ପତି ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଥିଲେ ମହାରଥୀ।

Comment