ଓଡ଼ିଶାଲାଇଭ୍ ବ୍ୟୁରୋ

ପାଟକୁରା ବିଧାନସଭା ଆସନ ପାଇଁ ଆଜି ସକାଳ ୭ରୁ ଭୋଟ ଗ୍ରହଣ ଚାଲିଛି। ସକାଳ ୧୧ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପାଟକୁରାରେ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବାକୁ ଥିଲାବେଳେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ବିଜୟ ମହାପାତ୍ର, ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ, କଂଗ୍ରେସର ଜୟନ୍ତ ମହାନ୍ତି ଅଛନ୍ତି।

କେତେକ ବୁଥ୍‌ରେ ଇଭିଏମ୍‌ର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଏହା ସଜଡ଼ା ହେବା ପରେ ମତଦାନ ସ୍ୱାଭାବିକ ହୋଇଛି। ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରଗୁଡ଼ିକରେ ଲମ୍ବାଲାଇନ୍‌ରେ ଭୋଟର ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

୩୦୯ଟି ବୁଥରେ‌ ୨ ଲକ୍ଷ ୩୭ ହଜାର ୫୯୯ ଜଣ ଭୋଟର ସେମାନଙ୍କ ମତସାବ୍ୟସ୍ତ କରିବେ।

୩୦୯ଟି ମତଦାନ କେନ୍ଦ୍ରରୁ ୧୩୮ଟି କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Comment