ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରାରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟିଂ ଚାଲିଛି। ଭୋଟରମାନେ ଲମ୍ବା ଧାଡ଼ିରେ ଆସି ଭୋଟ ଦେଉଛନ୍ତି। ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ସୂଚନା ଅନୁଯାୟୀ, ସନ୍ଧ୍ୟା ୫ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ ହୋଇଛି।

‘‘ସକାଳ ୭ଟାରୁ ପାଟକୁରାରେ ମତଦାନ ଚାଲିଛି। ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ। ସନ୍ଧ୍ୟା ୬ଟା ପରେ ଯେଉଁମାନେ ଭୋଟ ଦେବା ପାଇଁ ଧାଡ଼ିରେ ଥିବେ ସେମାନଙ୍କ ପାଇଁ ମତଦାନ ଚାଲିବ। ବିଭିନ୍ନ ବୁଥରେ ମତଦାନ ଶାନ୍ତିପୂର୍ଣ୍ଣ ରହିଛି’’, କହିଛନ୍ତି ସୁରେନ୍ଦ୍ର କୁମାର।

ଆରମ୍ଭରୁ କିଛି ବୁଥରେ ଇଭିଏମରେ ତ୍ରୁଟି ଦେଖାଦେବାରୁ ମତଦାନ ବିଳମ୍ବ ହୋଇଥିଲା। ଇଭିଏମ ସଜଡ଼ା ହେବା ପରେ ପୁଣି ମତଦାନ ଆରମ୍ଭ ହୋଇଥିଲା। ତେବେ ମତଦାନ ପାଇଁ ବୁଥଗୁଡ଼ିକରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।

ପାଟକୁରାରେ ଆଜି ସକାଳ ୧୧ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଦିନ ୧ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଥିଲା। ୫ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ ହୋଇଛି। ମତଦାନ ଆଗକୁ ବଢ଼ିପାରେ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Comment