ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପାଟକୁରା ବିଧାନସଭା ଆସନ ପାଇଁ ଆଜି ହେବ ଭୋଟ। ୨ ଲକ୍ଷ ୪୪ ହଜାର ୭୪୭ ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ମୋଟ ୩୦୯ଟି ବୁଥ୍‌ରେ ମତଦାନ ପାଇଁ ବ୍ୟବସ୍ଥା ହୋଇଛି।

ଭୋଟ ପାଇଁ ପାଟକୁରାରେ ୪ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳଙ୍କୁ ନିୟୋଜିତ କରାଯାଇଛି। ଏହାସହ ସମ୍ବେଦନଶୀଳ ଏବଂ ଅତିସମ୍ବେଦନଶୀଳ ବୁଥ୍‌ରେ ସିସିଟିଭି ଲଗାଯାଇଛି।

ସମସ୍ତ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚିଛନ୍ତି। ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଶେଷ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପାଟକୁରା ନିର୍ବାଚନ ପାଇଁ ଗୁରୁବାର ଶେଷ ହୋଇଥିଲା ପ୍ରଚାର। ତିନି ଦଳର ପ୍ରାର୍ଥୀଙ୍କ ପାଇଁ ବହୁ ହେଭିୱେଟ ନେତା ପ୍ରଚାର କରିଥିଲେ। ବିଜେଡି ବେଦପ୍ରକାଶ ଅଗ୍ରୱାଲାଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ବିଜୟ ମହାପାତ୍ର ଏବଂ କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ତେବେ ମୁଖ୍ୟ ଲଢ଼େଇ ବିଜେଡି ଏବଂ ବିଜେପି ଭିତରେ ହେଉଛି। ଆସନ୍ତା ୨୪ରେ ନିର୍ବାଚନ ଫଳ ପ୍ରକାଶ ପାଇବ।

Comment