ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ସକାଳ ୭ଟାରୁ ଭୋଟ ଗ୍ରହଣ ଚାଲିଛି। ସକାଳ୯ ଟା ସୁଦ୍ଧା ପାଟକୁରାରେ ୧୨ ପ୍ରତିଶତ ମତଦାନ ହୋଇଛି। ଏନେଇ  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୀକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୂଚନା ଦିଆଯାଇଛି।

ପାଟକୁରାରେ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବାକୁ ଥିଲାବେଳେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ବିଜୟ ମହାପାତ୍ର, ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ, କଂଗ୍ରେସର ଜୟନ୍ତ ମହାନ୍ତି ଅଛନ୍ତି। ୩୦୯ ବୁଥରେ‌ ୨ ଲକ୍ଷ ୩୭ ହଜାର ୫୯୯ ଜଣ ଭୋଟର ସେମାନଙ୍କ ମତସାବ୍ୟସ୍ତ କରିବେ।

୩୦୯ଟି ମତଦାନ କେନ୍ଦ୍ରରୁ ୧୩୮ଟି କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Comment